ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୭ ତାରିଖରେ ଭାରତରେ ଦୃଶ୍ୟମାନ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ରାତି ୯ଟା ୫୭ ମିନିଟରେ ଆରମ୍ଭ ହୋଇ ୧ଟା ୧୨ ମିନିଟରେ ଶେଷ ହେବ। ତେବେ କାହିଁକି ହୁଏ ଚନ୍ଦ୍ରଗ୍ରହଣ, ଆସନ୍ତୁ ଜାଣିବା।
ଚନ୍ଦ୍ରଗ୍ରହଣ ପୂର୍ଣ୍ଣମୀ ତିଥିରେ ହୋଇଥାଏ। ଏହି ସମୟରେ ମହାକାଶରେ ଏକ ସରଳରେଖାରେ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଅବସ୍ଥାନ କରିଥାଏ। ଫଳରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ପଡ଼େ, ଯାହା ଏକ ଛାଇ ସୃଷ୍ଟି କରିଥାଏ। ଏହି ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡ଼େ ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ।
ଚନ୍ଦ୍ର ଗ୍ରହଣ ତିନି ପ୍ରକାରର ହୁଏ। ଯଥା- ଆଶିଂକ ଚନ୍ଦ୍ରଗ୍ରହଣ, ଉପଛାୟା ଚନ୍ଦ୍ରଗ୍ରହଣ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିଥାଏ। ଚନ୍ଦ୍ରଗ୍ରହଣ ସମୟରେ ଖାଲି ଆଖିରେ ଚନ୍ଦ୍ରଙ୍କୁ ଦେଖିହେବ।
Tags: #LunarEclipse #TotalLunarEclipse #BloodMoon #India














