ଓଡ଼ିଶାଲାଇଭ୍ ବ୍ୟୁରୋ

ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ମୂଲ୍ୟ ଲକ୍ଷେ ଟଙ୍କା ଟପିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଏକ ହଜାର ପାର କରିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୧୦ ହଜାର  ଟଙ୍କା ଉପରେ ରହିଛି।

୧୦ ଗ୍ରାମ ସୁନା ପିଛା ଗୋଟିଏ ଦିନରେ ପ୍ରାୟ ୧,୨୫୦ ଟଙ୍କା ବୃଦ୍ଧି ପାଇଛି। ଆଗକୁ ସୁନା ଦରରେ ଆହୁରି ବୃଦ୍ଧି ହେବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଗତ ୯ ଦିନ ମଧ୍ୟରେ ସୁନା ମୂଲ୍ୟରେ ପ୍ରାୟ ୪.୧୭ ପ୍ରତିଶତ ବୃଦ୍ଧି ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଆମେରିକାର ଶୁଳ୍କ ନୀତି ପାଇଁ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ହେଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Tags: #GoldPrice #GoldPriceHike #GoldRate

Comment