ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ବେଲଗାମ ହେବାରେ ଲାଗିଛି ସୁନା ଦର। ଶୁକ୍ରବାର ଦିନ ୧୦ ଗ୍ରାମ ପ୍ରତି ୧୩ ଶହ ଟଙ୍କା ଲେଖାଏଁ ବଢ଼ିଛି ସୁନାର ମୂଲ୍ୟ। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୯ ହଜାର ୭ ଶହ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କା ହୋଇଛି। ସୁନା ଦର ଶୁଣି ଏବେ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୮,୫୭୨ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୨,୮୧୨ ଟଙ୍କା ରହିଛି। ସେହିପରି କୋଲକାତାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୮,୫୦୫ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୨,୭୫୧ ଟଙ୍କାରେ ପହଞ୍ଚିଛି।

ଏହା ସହ ଲକ୍ଷ୍ନୌରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୭,୭୦୩ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୨,୦୧୬ ଟଙ୍କା ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୮,୫୦୫ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୨,୭୫୧ ଟଙ୍କା ରହିଛି।

ଜୟପୁରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୮,୪୩୬ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୨,୭୭୧ ଟଙ୍କା ରହିଛି। ପାଟଣାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୭,୩୦୨ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୧,୭୧୦ ଟଙ୍କା ରହିଛି। ଆଗକୁ ସୁନା ମୁଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

Tags: #GoldPrice #GoldPriceinOdisha #GoldPriceinBhubaneswar #GoldRate

Comment