ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୫ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏହି ସମ୍ମାନ ପାଇଁ ରୟାଲ ସ୍ଵିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ ପକ୍ଷରୁ ତିନିଜଣ ଅର୍ଥଶାସ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।
ସେମାନେ ହେଉଛନ୍ତି ଆମେରିକାର ଜୋଏଲ ମୋକିର ଓ ପିଟର ହୋୱିଟ ଏବଂ ୟୁକେର ଫିଲିପ ଏଘିୟନ।
ଜୋଏଲ ମୋକୀର ଆମେରିକାର ଇଭାଷ୍ଟନସ୍ଥିତ ନର୍ଥଓ୍ଵେଷ୍ଟର୍ଣ୍ଣ ୟୁନିଭର୍ସିଟିରେ ଅଧ୍ୟାପନା କରୁଥିବାବେଳେ ପିଟର ହୋୱିଟ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଅଧ୍ୟାପନା କରୁଛନ୍ତି। ସେହିପରି ଫିଲିପ ଏଘିୟନ ବ୍ରିଟେନର ‘ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇସ୍ସ’ରେ ଅଧ୍ୟାପନା କରୁଛନ୍ତି।
ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉଲ୍ଲେଖନୀୟ ଗବେଷଣା ପାଇଁ ତିନି ଅର୍ଥନୀତିଜ୍ଞଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଡିସେମ୍ବର ୧୦ ତାରିଖ ଆଲଫ୍ରେଡ୍ ନୋବେଲଙ୍କ ତିରୋଧାନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ।
Tags: #NobelPrize2025 #Economics #NobelPrizeinEconomicsSciences















