ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଅଲିମ୍ପିକ୍ସସ ସ୍ଵର୍ଣ୍ଣ ବିଜେତା ନୀରଜ ଚୋପ୍ରା। ନୂଆଦିଲ୍ଲୀଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନୀରଜଙ୍କୁ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି। ଏହି ଅବସରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ଅଭିନନ୍ଦନ ଜଣାଇଥିଲେ।

ଗତ ମେ’ ମାସରେ ନୀରଜଙ୍କୁ ଟେରିଟୋରିଆଲ୍ ଆର୍ମିରେ ‘ଲେଫ୍ଟନାଣ୍ଟ କର୍ଣ୍ଣେଲ’ର ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସେ ଭାରତୀୟ ସେନାରେ ସୁବେଦାର ମେଜର ପଦବୀରେ ଥିଲେ। ହରିଆଣାରେ ଜନ୍ମିତ ନୀର ଚୋପ୍ରା ୨୬ ଅଗଷ୍ଟ ୨୦୧୬ରେ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ ଯୋଗ ଦେଇଥିଲେ। ଏହାପରେ ସେ ସୁବେଦାର ଓ ସୁବେଦାର ମେଜର ହୋଇଥିଲେ।

କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ଉତ୍କୃଷ୍ଟ ସେବା ପାଇଁ ଭାରତୀୟ ସେନା ପକ୍ଷରୁ ତାଙ୍କୁ ବିଶିଷ୍ଟ ସେବା ମେଡାଲ ଓ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା। ୨୦୨୫ ଏପ୍ରିଲ ମାସରେ ସେ ଭାରତୀୟ ସେନାର ଆକ୍ଟିଭ ଡ୍ୟୁଟିରୁ ସ୍ଵେଚ୍ଛାକୃତ ଅବସର ନେଇ ଟେରିଟୋରିଆଲ୍ ଆର୍ମିରେ ସାମିଲ ହୋଇଥିଲେ। କ୍ରୀଡ଼ା ଜୀବନ ସହ ଆର୍ମି କ୍ୟାରିୟର ପାଇଁ ନିଜକୁ ଗର୍ବିତ ମନେ କରନ୍ତି ନୀରଜ।

Tags: #NeerajChopra #LtColonel #IndianArmy

Comment