ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ଜଗତର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲିଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଭାରତର ରନ୍ ମେସିନ ଭାବେ ବିଖ୍ୟାତ ବିରାଟ କୋହଲି କଠିନ ପରିଶ୍ରମ ବଳରେ ବିଶାଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେ ଏପର୍ଯ୍ୟନ୍ତ ୫୫୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୭,୬୭୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୮୨ଟି ଶତକ ଏବଂ ୧୪୪ଟି ଅର୍ଦ୍ଧଶତକ ସାମିଲ ରହିଛି।
୧୯୮୮ ମସିହା ନଭେମ୍ବର ୫ରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିରାଟ। ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ହୋଇଥିଲେ।
୨୦୦୨ ମସିହାରେ ଦିଲ୍ଲୀ ଅଣ୍ଡର-୧୫ କ୍ରିକେଟ ଟିମରେ ଖେଳିଥିଲେ ବିରାଟ। ୨୦୦୮ରେ ତାଙ୍କ ନେତୃତ୍ଵରେ ଅଣ୍ଡର-୧୯ ବିଶ୍ୱକପ ବିଜେତା ହୋଇଥିଲା ଭାରତ। ପରେ ସେହି ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ ବିରାଟ କୋହଲି। ଭାରତୀୟ କ୍ରିକେଟରେ ନିଜର ଅବଦାନ ପାଇଁ ବିରାଟ କୋହଲି ଅନେକ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
Tags: #ViratKohli #KingKohli #Cricket #HappyBirthDayVirat


















