ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ପାଲଟିଛନ୍ତି ଏଚସିଏଲ ଟେକ୍ନୋଲୋଜିଜ୍ ପ୍ରତିଷ୍ଠାତା ଶିବ ନାଦର। ୨୦୨୪-୨୫ ଆର୍ଥିକ ବର୍ଷରେ ସେ ଓ ତାଙ୍କ ପରିବାର ୨,୭୦୮ କୋଟି ଟଙ୍କା ଦାନ କରି ଏଡେଲଗିଭ୍ ହୁରୁନ୍ ଫିଲାନ୍ଥ୍ରୋପି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି।
ଶିବ ନାଦର ଏବଂ ତାଙ୍କ ପରିବାର ପ୍ରତିଦିନ ୭ କୋଟି ୪୦ ଲକ୍ଷ ଟଙ୍କା ଦାନ କରି କ୍ରମାଗତ ଚତୁର୍ଥ ଥର ପାଇଁ ତାଲିକାର ଶୀର୍ଷରେ ରହିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ, ଏଚସିଏଲ ଟେକ୍ ପ୍ରତିଷ୍ଠାତା ୧୦ ହଜାର ୧୨୨ କୋଟି ଟଙ୍କା ଦାନ କରିଛନ୍ତି। ତାଙ୍କର ଅଧିକାଂଶ ଦାନ ଶିକ୍ଷା କ୍ଷେତ୍ରକୁ ଯାଇଛି।
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ। ଅମ୍ବାନୀ ପରିବାର, ୬୨୬ କୋଟି ଟଙ୍କା ଦାନ କରିଛନ୍ତି। ବଜାଜ ପରିବାର ୪୪୬ କୋଟି ଟଙ୍କା ଏବଂ ଗୌତମ ଆଦାନୀ ଓ ତାଙ୍କ ପରିବାର ୩୮୬ କୋଟି ଟଙ୍କା ଦାନ କରିଛନ୍ତି।
Tags: #ShivNadar #HCLTechnologies #EdelGiveHurunPhilanthropy #TopDonor









