ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ଜାଣନ୍ତି କି ଦେଶର ବଡ଼ ବଡ଼ ଉଦ୍ୟୋଗପତି ପ୍ରତିବର୍ଷ ନିଜ ରୋଜଗାରରୁ କିଛି ଅଂଶ ଦାନ କରିଥାନ୍ତି। ‘ଏଡଲାଗିବ ହୁରୁନ ଇଣ୍ଡିଆ’ ନିକଟରେ ଏହାର ଏକ ତାଲିକା ଜାରି କରିଛି, ଯେଉଁଥିରେ ଚଳିତ ବର୍ଷ କେଉଁ ଉଦ୍ୟୋଗପତି କେତେ ଟଙ୍କା ଦାନ କରିଛନ୍ତି ତାହା ସ୍ଥାନ ପାଇଛି।

ଏହି ରିପୋର୍ଟ ଅନୁସାରେ ଏଚ୍‌ସିଲ କମ୍ପାନିର ଫାଉଣ୍ଡର ଶିବ ନାଦର ପ୍ରଥମ ସ୍ଥାନରେ ରହିଛନ୍ତି। ସେ ଶିକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ୮୨୬ କୋଟି ଟଙ୍କା ଦାନ କରିଛନ୍ତି।

ଦ୍ୱିତୀୟ ସ୍ଥାନରେ ଓ୍ୱିପ୍ରୋର ମାଲିକ ଅଜୀମ ପ୍ରେମଜୀ ଅଛନ୍ତି। ଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ସେ ୪୫୩ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ୪୦୨ ଟଙ୍କା ଡୋନେଟ କରି ତୃତୀୟ ସ୍ଥାନରେ ରହିଛନ୍ତି। ମୁକେଶ ମଧ୍ୟ ଏହି ଟଙ୍କା ଶିକ୍ଷା କ୍ଷେତ୍ରରେ ଡୋନେଟ କରିଛନ୍ତି।

କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି ପାଇଁ ଦେଶର ସମସ୍ତ ଉଦ୍ୟୋଗପତି ବା ଶିଳ୍ପପତି ପ୍ରତିବର୍ଷ ଏହି ଦାନ କରିଥାନ୍ତି। ଏହି ଦାନ କରିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।

Comment