ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ସୂଚୀ। ଆସନ୍ତା ୨୦୨୬ ଫେବ୍ରୁଆରି ୧୮ ତାରିଖରୁ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ମାର୍ଚ୍ଚ ୨୧ ତାରିଖ ଯାଏଁ ପରୀକ୍ଷା ଚାଲିବ। ଡିସେମ୍ବର ୧୮ ତାରିଖରୁ ମିଳିବ ଆଡମିଟ କାର୍ଡ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ୨୦୨୬ ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ।

ଚଳିତ ବର୍ଷ ରାଜ୍ୟର ୪ ଲକ୍ଷ ୭ ହଜାର ୩୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ମୋଟ ୧,୩୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ଓ୍ଵେବକାଷ୍ଟ ଏବଂ ଲାଇଭ୍ ଷ୍ଟ୍ରିମିଙ୍ଗ ହେବ।

ପ୍ରଶ୍ନପତ୍ର ଲିକ୍ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ପାଇଁ ଚଳିତ ଥର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୧୦ଟି ହବ ଏଆଇ କ୍ୟାମେରା ନଜରରେ ରହିବ। ପ୍ରଶ୍ନପତ୍ର ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବକୁ ଆସିବ। ହବରେ ପ୍ରଶ୍ନପତ୍ର ଖୋଲା ହେବା ସମୟରେ ସିସିଟିଭିରେ ରେକର୍ଡିଂ କରାଯିବ। ସେଠାରୁ ଛାତ୍ରଛାତ୍ରୀଙ୍କ ପାଖକୁ ସିଧାସଳଖ ପ୍ରଶ୍ନପତ୍ର ଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Tags: #PlusTwoExam #Education #Science #Arts #Commerce #Education #CHSE #GovtofOdisha

Comment