ଓଡ଼ିଶାଲାଇଭ୍ ବ୍ୟୁରୋ

ବାଂଲାଦେଶ କ୍ରିକେଟ ବୋର୍ଡ ଓ ଖେଳାଳିମାନଙ୍କ ମଧ୍ୟରେ ଚାଲିଥିବା ମତାନ୍ତରର ଅନ୍ତ ଘଟିଛି। ବାଂଲାଦେଶ ଖେଳାଳିମାନେ ଶେଷରେ ଆନ୍ଦୋଳନରୁ ଓହରିଛନ୍ତି। ଫଳରେ ବାଂଲାଦେଶ ଦଳ ଭାରତ ସହ କ୍ରିକେଟ ଖେଳିବା ପକ୍କା ହୋଇଛି।

ସୋମବାରଠାରୁ ବାଂଲାଦେଶର ୬୦ରୁ ଅଧିକ ଖେଳାଳି ବୋର୍ଡ ବିରୋଧରେ ଆନ୍ଦୋଳନ କରିଥିଲେ। ବୋର୍ଡର ଅନେକ ନିଷ୍ପତ୍ତିକୁ ବିରୋଧ କରି ଖେଳାଳିମାନେ ସମସ୍ତ ପ୍ରକାର କ୍ରିକେଟକୁ ବହିଷ୍କାର କରିଥିଲେ। ଏହାପରେ ଭାରତ ଓ ବାଂଲାଦେଶ ସିରିଜ ଆୟୋଜନକୁ ନେଇ ଆଶଙ୍କା ଦେଖାଯାଇଥିଲା।

ଗୁରୁବାର ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳିମାନଙ୍କର ସମସ୍ତ ଦାବିକୁ ଗ୍ରହଣ କରିନେବାପରେ ଖେଳାଳିମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଖେଳାଳିମାନେ ଆଗକୁ ସମସ୍ତ ପ୍ରକାର କ୍ରିକେଟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ତେଣୁ ଭାରତ ଓ ବାଂଲାଦେଶ କ୍ରିକେଟ୍ ସିରିଜ୍ ପକ୍କା ବୋଲି କୁହାଯାଉଛି।

ଆସନ୍ତା ନଭେମ୍ବର ୩ତାରିଖରୁ ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏନେଇ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here