ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ–ବାଂଲାଦେଶ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ବାତିଲ୍ ହୋଇପାରେ। ଦିଲ୍ଲୀ ପ୍ରଦୁଷଣର ମାତ୍ରା ଅଧିକ ବଢ଼ିଯାଇଥିବାରୁ ଏହି ମ୍ୟାଚ୍ ବାତିଲ ହେବ ବୋଲି ଶୁଣିବାକୁ ମିଳୁଛି।
ତେବେ ଏ ନେଇ ଶେଷ ନିଷ୍ପତ୍ତି ମ୍ୟାଚ୍ ରେଫରୀ ନେବେ। ରବିବାର ସନ୍ଧ୍ୟା ୭ଟା ସମୟରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍ ହେବାର ଅଛି। ଖେଳର ଆରମ୍ଭ ହେବା ପୂର୍ବରୁ ମ୍ୟାଚ୍ ରେଫରୀ ପରିବେଶର ଯାଞ୍ଚ କରି ଜଣାଇଲା ପରେ ଯାଇ ମ୍ୟାଚ୍ ହେବ। ଯଦି ପରିବେଶ ଖେଳ ପାଇଁ ଉପଯୋଗୀ ନହୁଏ ତେବେ ମ୍ୟାଚକୁ ବାତିଲ୍ କରାଯିବ।
ରବିବାର ଦିଲ୍ଲୀରେ ସ୍ମଗର ମାତ୍ରା ବହୁତ ବଢ଼ିଯାଇଛି। ଏପରିକି ମ୍ୟାଚ୍ ଖେଳାଯିବାକୁ ଥିବା ଅରୁଣ ଜେଟଲୀ ଷ୍ଟାଡିୟମ ସ୍ମଗରେ ବୁଡ଼ି ରହିଛି। ଫଳରେ ଏହାକୁ ଦୂରରୁ ଦେଖିବା ଅସମ୍ଭବ ହୋଇପଡ଼ିଛି।