ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ବାଂଲାଦେଶ ଭିତରେ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ରୋହିତ ଶର୍ମା ପୁଣି ଏକ ରେକର୍ଡ କରିବାକୁ ଯାଉଛନ୍ତି। ଏହି ରେକର୍ଡ ଦ୍ୱାରା ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବେ।
ବର୍ତ୍ତମାନ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ବିରାଟ କୋହଲିଙ୍କ ନାଁ ରେ ରହିଛି। ବିରାଟ କୋହଲି ୭୨ଟି ଟି-୨୦ ମ୍ୟାଚରେ ମୋଟ୍ ୨୪୫୦ ରନ୍ କରିଛନ୍ତି। ତାଙ୍କ ପରେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ସେ ମୋଟ୍ ୯୮ଟି ଟି-୨୦ ମ୍ୟାଚ୍ ଖେଳି ୨୪୪୩ ରନ୍ କରିଛନ୍ତି।ଯଦି ଏହି ଟି-୨୦ ସିରିଜରେ ରୋହିତ ୮ରନ୍ କରିଦିଅନ୍ତି ତେବେ ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ହୋଇଯିବେ। ଏହାପୂର୍ବରୁ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଛକା ଓ ସବୁଠୁ ଅଧିକଥର ଶତକ ମାରିବାର ରେକର୍ଡ ରୋହିତଙ୍କ ନାଁ’ରେ ରହିଛି।