ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ପୁଣି ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ। ଆସନ୍ତା ଜାନୁଆରି ମାସରେ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ-ହକି ଲିଗର ଆଠଟି ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ।

୨୦୧୪ରେ ଚାମ୍ପିୟନ୍ସ ଟ୍ରଫି ହକି, ୨୦୧୭ରେ ବିଶ୍ୱ ହକି ଲିଗ୍ ଫାଇନାଲସ୍, ୨୦୧୮ରେ ହକି ବିଶ୍ୱକପ୍ ଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଶେଷ ହୋଇଥିଲା। ଏହାପରେ ଏଠାରେ ପୁଣି ଏକ ହକି ଲିଗ୍ ଆୟୋଜନ ପାଇଁ ଲକ୍ଷ୍ୟ ରଖିଛି ଅନ୍ତର୍ଜାତୀୟ ହକି ମହାସଂଘ।

FIH Hockey Olympicଆସନ୍ତା ଜାନୁଆରି ମାସରେ ପ୍ରୋ-ହକି ଲିଗର ଆଠଟି ପୁରୁଷ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ପ୍ରଥମେ ଭାରତୀୟ ଦଳ ଜାନୁଆରି ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ। ତେବେ ଅନ୍ୟ ୬ଟି ମ୍ୟାଚ୍ ନେଇ କୌଣସି ଖେଳସୂଚୀ ପ୍ରକାଶ ପାଇନାହିଁ।

ଏହି ଲିଗର ଆୟୋଜନ ପାଇଁ ଏଫଆଇଏଚ ସଭାପତି ନରିନ୍ଦର ଧ୍ରୁବ୍ ବାତ୍ରା ଓ ଓଡ଼ିଶା ସରକାର ମଧ୍ୟରେ ଆଲୋଚନା ଶେଷ ହୋଇଛି। ଖୁବଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here