ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଆଜିଠୁ ଜାନୁଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ। କ୍ୟୁଆର୍‌ କୋର୍ଡ ଜରିଆରେ ମିଳିବ ଏଣ୍ଟ୍ରୀ।

ଆଜିଠୁ ଜାନୁଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଓଡ଼ିଶା ରାଜଭବନ ଉଦ୍ୟାନ। ଏହି ସମୟ ମଧ୍ୟରେ ସାଧାରଣ ଲୋକମାନେ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ଅପରାହଣ ୪.୩୦ ଯାଏଁ ଉଦ୍ୟାନ ଭିତରକୁ ପ୍ରବେଶ କରିପାରିବେ ଦର୍ଶକ। ଛୁଟିଦିନ ଓ ରବିବାର ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ।

ପୂର୍ବ ବର୍ଷ ଭଳି ନୂଆ ରଙ୍ଗରେ ସଜେଇ ହୋଇଛି ରାଜଭବନ ପରିସର। କୃତ୍ରିମ ଝରଣା, ମ୍ୟୁଜିକାଲ ଫାଉଣ୍ଟେସନ, ମୟୂର ଓ ହରିଣ ପାର୍କ, ବତକ, କକ୍ଟେଲ ପକ୍ଷୀଘର, ଆର୍ୟୁବେଦୀ ବଗିଚା ପ୍ରଭୃତି ଲୋକଙ୍କୁ ଆକର୍ଷିତ କରିବ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ରାଜଭବନ ପରିସରକୁ କ୍ୟାମେରା, ଖାଦ୍ୟ ପଦାର୍ଥ, ଲାଇଟର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ରାଜଭବନ ପରିସରରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।

କ୍ୟୁଆର୍‌ କୋର୍ଡ ଜରିଆରେ ରାଜଭବନକୁ ମିଳିବ ଏଣ୍ଟ୍ରୀ

ଏଥର ରାଜଭବନ ଉଦ୍ୟାନକୁ ପ୍ରବେଶ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଉଦ୍ୟାନ ଭିତରକୁ ପ୍ରବେଶ କରିବା ପାଇଁ ଆପଣଙ୍କୁ ନିଜ ମୋବାଇଲ୍‌ରେ ‘ରାଜଭବନ ଓଡ଼ିଶା’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଏହି ଆପ୍‌ରେ ନିଜକୁ ରେଜିଷ୍ଟର କରି କ୍ୟୁଆର୍‌ କୋର୍ଡ ଜେନେରେଟ୍‌ କରିବେ। ଉଦ୍ୟାନ୍‌ରେ ବାହାରେ ଏହି କୋର୍ଡକୁ ସ୍କାନ୍‌ କରିଯାଇ ଲୋକଙ୍କୁ ଭିତରକୁ ଛଡ଼ାଯିବ।

‘ରାଜଭବନ ଓଡ଼ିଶା’ ଆପ୍‌ ଆପଣ ଗୁଗୁଲ ପ୍ଲେ-ଷ୍ଟୋର ଯାଇ ଡାଉନ୍‌ଲୋଡ୍‌ କରିପାରିବେ

LEAVE A REPLY

Please enter your comment!
Please enter your name here