ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜଣେ କରୋନା ସନ୍ଦିଗ୍ଧ।

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଜଣେ ୩୬ ବର୍ଷୀୟ ଶ୍ରମିକ ୧୧ ତାରିଖରେ ଆବୁଧାବିରୁ ଫେରିଥିଲେ। ପରେ ପ୍ରବଳ ଛିଙ୍କ ଓ କାଶ ହେବା ଯୋଗୁଁ ତାଙ୍କୁ ଏମକେସିଜିରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି। କିନ୍ତୁ କରୋନା ପରିକ୍ଷା ରିପୋର୍ଟ ନେଗେଟିଭ ବାହାରିଛି। ତେବେ ସେ ନିମୋନିଆରେ ପୀଡ଼ିତ ହୋଇଥାଇ ପାରନ୍ତି ବୋଲି ନୋଡାଲ ଅଫିସର ଡାକ୍ତର ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here