ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରାସ ଏବେ ବିଶ୍ୱର ୧୧୮ଟି ଦେଶକୁ ଗ୍ରାସ କରି ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି। ଆସନ୍ତୁ ଜାଣିବା କରୋନା ଭାଇରସ ଆକ୍ରାନ୍ତ ଲୋକଙ୍କ ନିକଟରେ କେଉଁ ପ୍ରକାର ଲକ୍ଷଣ ଦେଖାଯାଏ?
କୋରୋନା ଭାଇରସ୍ର ଲକ୍ଷଣ
କରୋନା ଭାଇରସ୍ ଯୋଗୁଁ ଶ୍ଵସନ ତନ୍ତ୍ର ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା ଜ୍ଵର ହୋଇଥାଏ। ଏହାସହ ମୁଣ୍ଡବିନ୍ଧା, କାଶ ଓ କଫ, ତଣ୍ଟି ଦରଜ, ଜ୍ଵର, କ୍ଲାନ୍ତି ଅନୁଭବ ହୋଇଥାଏ। ଏହାପରେ ବାନ୍ତି ହେବାସହ ଓ ନିଶ୍ଵାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।
କରୋନା ଭାଇରସ୍କୁ ବ୍ୟାପିବାକୁ କିପରି ରୋକିବା?
ଏହି ଭୟଙ୍କର ଭାଇରସ୍କୁ ବ୍ୟାପିବାରୁ ରୋକିବା ନିହାତି ଆବଶ୍ୟକ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଗାଇଡ୍ଲାଇନ୍ ଜାରି କରିଛି।
- ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କର ସଠିକ ଭାବେ ଦାୟିତ୍ଵ ନେବା ଆବଶ୍ୟକ।
- ଶ୍ଵାସଜନିତ ରୋଗରେ ପୀଡ଼ିତ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍।
- ଯେଉଁଠାରେ ଏହି ରୋଗର ପ୍ରଭାବ ରହିଛି ସେଠାକୁ ଯାତ୍ରା ନକରିବା ଦରକାର।
- ହାତକୁ ସଠିକ ଭାବେ ଧୋଇବା ସହ ସଫାସୁତରା ପରିବେଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
- କାଶିବା ଓ ଛିଙ୍କିବା ବେଳେ ମୁହଁରେ କପଡ଼ା କିମ୍ବା ରୁମାଲ୍ ଦେବା ଉଚିତ୍।
- ନିଜ ହାତରେ ବାରମ୍ଵାର ଆଖି, ନାକ ଓ ମୁହଁକୁ ବାରମ୍ଵାର ଛୁଅନ୍ତୁ ନାହିଁ।
ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଭଲ କରିବା ପାଇଁ ଏଯାଏଁ କୌଣସି ମେଡିସିନ୍ ବାହାରିନାହିଁ। ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ପକ୍ଷରୁ କୋରୋନା ଭାଇରସର ଟୀକା ବାହାର କରିବାକୁ ଗବେଷଣା ଚାଲିଛି। ଆଗାମୀ ୩ ମାସ ମଧ୍ୟରେ ଏହି ଟିକା କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।