ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ଦେଶ ଓ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ସରକାର ଲୋକମାନଙ୍କୁ ସଚେତନ କରୁଛନ୍ତି। ଏହା ମଧ୍ୟରେ ଲୋକଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଆଗକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁରର ସ୍ଵେଚ୍ଛାସେବୀ ସଂଗଠନ ସାହାଯ୍ୟ। ଗରିବ ଓ ଶ୍ରମିକଶ୍ରେଣୀର ଲୋକମାନଙ୍କୁ ମାସ୍କ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଏହି ସ୍ଵେଚ୍ଛାସେବୀ ସଂଗଠନ।
କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଗରିବ, ଖଟିଖିଆ ଅଟୋ ଚାଳକ, ରିକ୍ସା ଚାଳକ, ଶ୍ରମିକ ଶ୍ରେଣୀର ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହ ହାତ କିପରି ଧୋଇବ ସେନେଇ ସଚେତନ କରିଛି ସ୍ଵେଚ୍ଛାସେବୀ ସଂଗଠନ। ଏହି ସଂଗଠନର କର୍ମକର୍ତ୍ତାମାନେ ନିଜ ହାତରୁ କିଛି ଅର୍ଥ ମିଶାଇ ମାସ୍କ କିଣି ବାଣ୍ଟିଛନ୍ତି।
ଜୟପୁରର ସହରର ବଜାରରେ ଆଉ ମାସ୍କ ମିଳୁନଥିବାରୁ ଏଠାକାର ଲୋକ ମାସ୍କ ପାଉନାହାନ୍ତି। ସେଥିପାଇଁ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି। ଶନିବାର ଗୋଟିଏ ଦିନରେ ୧ ହଜାର ମାସ୍କ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ମାସ୍କ ବଣ୍ଟନ କରାଯିବ ବୋଲି କୁହାଯାଇଛି।
୮ ମାସ ହେବ ଏହି ଅନୁଷ୍ଠାନ ତିଆରି ହୋଇଛି। ଏଠାରେ ମାସ୍କ ତିଆରି ସରଞ୍ଜାମ ଆଣି ସ୍ଥାନୀୟ ମିହିଳାଙ୍କୁ ତିଆରି କରିବାକୁ ଦେଇ ସେମାନଙ୍କୁ ପାରିଶ୍ରମିକ ଦେଉଛି ଅନୁଷ୍ଠାନ। ସମାଜ ପ୍ରତି ଦାୟିତ୍ୱ ରହିଥିବାରୁ କରୋନା ଭାଇରସକୁ ମୁକାବିଲା କରିବା ସହ ସଚେତନ କରିବା ପାଇଁ ସାହାଯ୍ୟ ଅନୁଷ୍ଠାନ ଆଗେଇ ଆସିଛି।