ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇନ୍‌ ଅଫ୍ ଆକ୍ଟୁଆରିଆଲ୍ କଣ୍ଟ୍ରୋଲ୍ (LAC) ରେ ଏବେବି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଚୀନ ସହ କଥାବାର୍ତ୍ତା, ଆଲୋଚନାର କୌଣସି ଭଲ ପ୍ରଭାବ ପଡ଼ିନାହିଁ। ଫଳରେ ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କେବଳ ଲଦାଖ ନୁହେଁ ଏଲଏସିର ଅନ୍ୟାନ୍ୟ ଅଂଶରେ ମଧ୍ୟ ସେନା ଆଲର୍ଟରେ ଅଛନ୍ତି। ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା ୨୦ ଯବାନଙ୍କ ତାଲିକା ଆଜି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ଗତ ୬ ସପ୍ତାହ ଧରି ସୀମାରେ ଉତ୍ତେଜନା ରହିଥିଲା। ଉତ୍ତେଜନାକୁ ରୋକିବା ପାଇଁ ଦୁଇ ଦେଶରେ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଥିଲା।

ସୋମବାର ବିଳମ୍ବିତ ରାତିରେ ଗଲଓ୍ୱାନ ଘାଟିରେ ଚୀନ ଓ ଭାରତୀୟ ସେନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଢେଲାପଥର ମାଡ଼, ଲୁହାଛଡ଼ରେ ଆକ୍ରମଣ ହୋଇଥିବାରୁ  ଭାରତର ଜଣେ କର୍ଣ୍ଣେଲଙ୍କ ସମତେ ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ୪୩ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here