ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଠଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। କ’ଣ ଏ ସବୁ?

୭୪ତମ ସ୍ୱାଧୀନତା ଦିବସରେ ଶନିବାର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି। ତାଙ୍କ ସମ୍ବୋଧନରେ ସେ ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହିତ ସରକାର ଗତ କିଛି ବର୍ଷ ମଧ୍ୟରେ କରିଥିବା ସମସ୍ତ ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏବର୍ଷ ମୋଦୀ ତାଙ୍କ ଅଭିଭାଷଣରେ କ’ଣ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।independence day-2

ନାସନାଲ ଡିଜିଟାଲ ହେଲ୍‌ଥ ମିଶନ

ଦେଶବାସୀଙ୍କ ପାଇଁ ସ୍ୱାଧୀନତା ଦିବସ ଅବସରରେ ମୋଦୀ ନାସନାଲ ଡିଜିଟାଲ ହେଲ୍‌ଥ ମିଶନର ଘୋଷଣା କରିଛନ୍ତି। ଏହା ଦେଶରେ ନୂଆ କ୍ରାନ୍ତି ଆଣିବ ବୋଲି ମୋଦୀ କହିଛନ୍ତି। ଏଥିରେ ପ୍ରତି ଭାରତୀୟଙ୍କୁ ହେଲ୍‌ଥ ଆଇଡି  ଯୋଗାଇ ଦିଆଯିବ। ସମସ୍ତେ ନିଜର ସ୍ୱାସ୍ଥ୍ୟ ସମ୍ପର୍କୀୟ ସବୁ ତଥ୍ୟ ହେଲ୍‌ଥ ଆଇଡିରୁ ପାଇପାରିବେ।

 ଦେଶରେ ବିଦେଶୀ ପୁଞ୍ଜି ବଢ଼ିଛି

କରୋନା ଭିତରେ ବି ବିଶ୍ୱର ବଡ଼ ବଡ଼ କମ୍ପାନି ଭାରତ ଆସିଛନ୍ତି। ଭାରତ ଉପରେ ବିଶ୍ୱର ଅନ୍ୟ ରାଷ୍ଟ୍ରର ବିଶ୍ୱାସ ବଢ଼ିଛି। ବିଦେଶୀ ପୁଞ୍ଜି ନିବେଶ ବଢ଼ିଛି। ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ପୂରା ଉଦ୍ୟମ କରୁଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ୧୧୦ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି। ସେହିପରି ୭ ହଜାର ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି।BGU

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାକୁ ସରକାର ପୂର୍ଣ୍ଣ କରିବାରେ ସଫଳ ହୋଇପାରିଛନ୍ତି।

କୋଟି କୋଟି ଗରିବ ପରିବାରକୁ ମାଗଣା ଗ୍ୟସ ଯୋଗାଇ ଦିଆଯାଇଛି। ୮୦ କୋଟି ଲୋକଙ୍କୁ ରାସନ ଯୋଗାଇ ଦିଆଯାଉଛି। ୯୦ ହଜାର କୋଟି ଗରିବଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଯେଉଁମାନେ ପଛରେ ଅଛନ୍ତି ସେମାନଙ୍କ ବିକାଶ ପାଇଁ ଯୋଜନା ଚାଲିଛି। ଏଥିପାଇଁ ଦେଶର ୧୧୦ଟି ପଛୁଆ ଜିଲ୍ଲାକୁ  ସରକାର ଚୟନ କରିଛନ୍ତି।

କୃଷକଙ୍କୁ ଗୁରୁତ୍ୱ

କୃଷକଙ୍କ ମାନ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କୃଷିଜାତ ସାମଗ୍ରୀର ବିକ୍ରି ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ସବୁ ଗାଁରେ ପାନୀୟ ଜଳ ପହଞ୍ଚାଇବାକୁ ଯୋଜନା ଚାଲିଛି।

ମଧ୍ୟମ ବର୍ଗଙ୍କ ବିକାଶ ଜରୁରୀ

ଦେଶର ବିକାଶରେ ମଧ୍ୟମ ବର୍ଗର ବିକାଶ ଜରୁରୀ। କରୋନା ସ୍ଥିତିରେ ମଧ୍ୟମ ବର୍ଗର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ ବ୍ୟାଙ୍କ ୠଣ ଗ୍ରହୀତାଙ୍କ ଇଏମ୍‌ଆଇ କୋହଳ କରାଯାଇଛି।

ଶିକ୍ଷା ପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତି

ଦେଶର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିପାଇଁ ସରକାର ରାଷ୍ଟ୍ରୀୟ ଶିକ୍ଷୀନୀତି ପ୍ରଣୟନ କରିଛନ୍ତି। ଏବେ କରୋନା ପାଇଁ ଅନଲାଇନରେ ଶିକ୍ଷା ଦିଆଯାଉଛି।

ବିକାଶ ପଥେ ଆଗଉଛି ଜମ୍ମୁ କଶ୍ମୀର

ଜମ୍ମୁ କଶ୍ମୀର ପୁନର୍ଗଠନକୁ ବର୍ଷେ ପୂରିଛି। ସେଠାରେ ଅଟକି ଯାଇଥିବା ବିକାଶ ସମ୍ଭବ ହୋଇଛି। ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ ଲାଗୁ ହୋଇଛି। ସେଠାକାର ଲୋକ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି।

ଦେଶର ସୁରକ୍ଷା ସବୁଠୁ ଆଗରେ

ନାଁ ନନେଇ ପାକିସ୍ତାନ ଓ ଚୀନ ଉପରେ ବର୍ଷିଛନ୍ତି ମୋଦୀ। ଯିଏ ଏଲଏସି ଓ ଏଲଓସି ଉପରେ ଆଖି ପକାଇବ ଆମେ ତାକୁ ଛାଡ଼ିବୁନି ବୋଲି କହିଛନ୍ତି ମୋଦୀ। ଯେଉଁ ଦେଶ ଆଖି ପକାଇବ ତାକୁ କଡ଼ା ଜବାବ ଦିଆଯିବ। ଆମ ଦେଶର ଯବାନ ଲଦାଖରେ ଏହା କରି ଦେଖାଇଛନ୍ତି। ବୀର ଯବାନଙ୍କ ବଳିଦାନ ପାଇଁ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ବିଦେଶରୁ ୧୦୦ରୁ ଅଧିକ ପ୍ରକାରର ଯୁଦ୍ଧାସ୍ତ୍ର ଆମଦାନୀ ବନ୍ଦ ହୋଇଛି। ମେକ୍‌ ଇନ ଇଣ୍ଡିଆ ପ୍ରୋଜେକ୍ଟରେ ସବୁ କିଛି ଦେଶରେ ନିର୍ମାଣ ହେବ। କ୍ଷେପଣାସ୍ତ୍ର ଆମ ଦେଶରେ ନିର୍ମାଣ ହେବ।

LEAVE A REPLY

Please enter your comment!
Please enter your name here