ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଚୀନ ସୀମାରେ ପୁଣିଥରେ ଉତ୍ତେଜନା ବଢ଼ିଛି। ସୋମବାର ରାତିରେ ଏଲଏସିରେ ଚୀନସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବ ଦେବାରୁ ଚୀନ ସେନା ଏକାଧିକ ରାଉଣ୍ଡ ଫାୟାରିଂ କରିଥଲା।
ଏବେ ସୀମାରେ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଥିବା ଭାରତୀୟ ସେନା ପକ୍ଷରୁ ବୟାନ ଜାରି ହୋଇଛି। ଚୀନ ସେନା ପ୍ରଥମେ ଗୁଳିମାଡ଼ କରିଥିଲା। ଚୀନ ସୀମାରେ ବାରମ୍ବାର ସୁରକ୍ଷା ସମ୍ପର୍କିତ ଚୁକ୍ତି ଉଲ୍ଲଂଙ୍ଘନ କରୁଛି ବୋଲି ଭାରତୀୟ ସେନା ପକ୍ଷରୁ କୁହଯାଇଛି।
ଭାରତରେ ସୀମାରେ ନିଜର ସଂଯମତା ରଖିଛି। ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଏଲଏସିରେ ଶାନ୍ତି ଫେରାଇବାକୁ ଚେଷ୍ଟା କରୁଛି ବୋଲି ସେନା କହିଛି।