ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦିନ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଥିଲା ବେଳେ ଆଜି ଷଷ୍ଠ ଥର ପାଇଁ ପୁଣି ବୈଠକ ବସିଛି। ଭାରତ ଏବଂ ଚୀନ୍ ଅଧିକାରୀମାନେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଣିଥରେ ବୈଠକ କରିଛନ୍ତି।

ଏହି କୋର କମାଣ୍ଡର ସ୍ତରୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଏକ ବିବାଦର ସମାଧାନ ଏବଂ ସୈନ୍ୟ ସଂଖ୍ୟା ହ୍ରାସ କରିବା ଉପରେ ଆଲୋଚନା କରାଯିବ।

ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ (କର୍ପସ କମାଣ୍ଡର) ଉପସ୍ଥିତ ରହିଛନ୍ତି। ଚୀନ୍ ପକ୍ଷରୁ ମେଜର ଜେନେରାଲ ଲିନ ଲିଉ (ପିଏଲଏ) ଉପସ୍ଥିତ ଅଛନ୍ତି । ଏହି ବୈଠକ ମୋଲଡୋ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।

ଏଥର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ମଧ୍ୟ ଭାରତ ପକ୍ଷରୁ ଉପସ୍ଥିତ ରହିବେ। ଆଜିର ବୈଠକ ବେଶ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ବୈଠକ ପରେ ନିଶ୍ଚୟ କିଛି ସମାଧାନର ବାଟ ବାହାରିବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here