ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଛି। କୌଣସି କାରଣରୁ ଯେଉଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିନାହାନ୍ତି ସେମାନେ ଆଜି ରାତି ୧୨ଟା ସୁଦ୍ଧା ଆବେଦନ କରିପାରିବେ। ଏଥସହିତ ୨୪ ତାରିଖ ପୂର୍ବାହ୍‌ଣ ୧୧ଟା ସୁଦ୍ଧା ଫି ଦାଖଲ କରିପାରିବେ।

ଓଜେଇଇ ୱେବସାଇଟ, www.ojee.nic.in ଏବଂ www.odishajee.com ମାଧ୍ୟମରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ।

ଏହି ପରୀକ୍ଷା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି।

LEAVE A REPLY

Please enter your comment!
Please enter your name here