ଓଡ଼ିଶାଲାଇଭ୍ ବ୍ୟୁରୋamla for hair

ଧଳା କେଶକୁ କଳା କରିବା ପାଇଁ ଲୋକମାନେ ବଜାରରେ ମିଳୁଥିବା ହେୟାର ଡାଏ ବ୍ୟବହାର କରିଥାନ୍ତି। ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶିଥାଏ। ଫଳରେ ଏହା କେଶକୁ କଳା କରେ ସତ, କିନ୍ତୁ କେଶକୁ ଅନେକ ପ୍ରକାର କ୍ଷତି ପହଞ୍ଚାଇଥାଏ। ତେବେ ଆପଣ ଚାହିଁଲେ ନିଜେ ଘରୋଇ ଉପାୟରେ ହେୟାର ଡାଏ ପ୍ରସ୍ତୁତ କରିପାରିବେ। ଏହି ହେୟାର ଡାଏ ପ୍ରାକୃତିକ ହୋଇଥିବାରୁ ଏହା କେଶକୁ ମଜଭୁତ କରିବା ସହ ସୁସ୍ଥ ମଧ୍ୟ ରଖିଥାଏ। ଏହି ହେୟାର ଡାଏ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ..

ଆବଶ୍ୟକୀୟ ସାମଗ୍ରୀ – ଅଁଳା ଓ ପାଣିକିପରି ପ୍ରସ୍ତୁତ କରିବେ?

-ପ୍ରଥମେ ଅଁଳାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହାପରେ ଶୁଖିଲା ଅଁଳାରୁ ମଞ୍ଜି କାଢ଼ି ଦିଅନ୍ତୁ।

-ଏହି ଅଁଳାକୁ ପ୍ୟାନରେ ରଖି ଗ୍ୟାସ ଅନ କରନ୍ତୁ। ଅଁଳାର ରଙ୍ଗ କଳା ହେବା ପରେ ଏଥିରେ ପାଣି ମିଶାଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବାକୁ ଦିଅନ୍ତୁ।

-ଥଣ୍ଡା ହେବା ପରେ ଏହାର ପେଷ୍ଟ ତିଆରି କରନ୍ତୁ। ଧ୍ୟାନ ଦେବେ ଯେପରି ପେଷ୍ଟରେ ଅଁଳାର ଖଦଡ଼ିଆ ଅଂଶ ନରୁହେ।amla-3କିପରି ବ୍ୟବହାର କରିବେ?

-ପ୍ରଥମେ କେଶ ଭଲଭାବରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ। ଦୁଇରୁ ତିନି ଘଣ୍ଟା ରଖିବା ପରେ କେଶକୁ ପାଣିରେ ଧୋଇଦିଅନ୍ତୁ।ଏହାର ଫାଇଦା?

କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କୁ ଏହାର ପରିଣାମ ଦେଖିବାକୁ ମିଳିବ। ଏହି ପେଷ୍ଟ ଲଗାଇବା ଦ୍ୱାରା କେଶ ଲମ୍ବା ଏବଂ ସୁସ୍ଥ ରୁହେ। ଏହା କେଶରେ ଚମକ ଆଣିବା ସହ କେଶକୁ ନଷ୍ଟ ହେବାରୁ ରକ୍ଷା କରେ।

LEAVE A REPLY

Please enter your comment!
Please enter your name here