ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ପରେ ପୁଣି ଡରାଇଲାଣି ଏଚ୍‌୩ଏନ୨ ଇନଫ୍ଲୁଏଞ୍ଜା। ତେଣୁ ସତର୍କ ରହିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଏଥିରେ ସେ କୋଭିଡ ବିରୋଧୀ ୫ଟି ସୂତ୍ରୀ ନିୟମ ପାଳନ କରିବାକୁ ଲେଖିଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ୍‌, ଟିକାକରଣଟିକୁ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏହି ରୋଗ କ’ଣ ଓ ଏହାର କାରଣ ସମ୍ପର୍କରେ ଜାଣନ୍ତୁ।

ଏଚ୍‌୩ଏନ୨ ଇନଫ୍ଲୁଏଞ୍ଜା କ’ଣ?

ଏଚ୍‌୩ଏନ୨ ଇନଫ୍ଲୁଏଞ୍ଜା ଏକ ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏହା କାଶ, ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ୱାରା ବ୍ୟାପେ। ରୋଗୀର ଲାଳ, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମଣ ହୋଇଥାଏ।

ଲକ୍ଷଣ

  • ଜ୍ୱର, କାଶ, ଅଣନିଶ୍ୱାସୀ ଲାଗିବା ଏହାର ପ୍ରମୁଖ ଲକ୍ଷଣ।
  • କିଛି କ୍ଷେତ୍ରରେ ନିମୋନିଆ ହୋଇପାରେ।
  • କୋଭିଡ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

କ’ଣ କରିବେ?

  • ମାସ୍କ ବ୍ୟବହାର କରିବେ।
  • କାଶିବା, ଛିଙ୍କିବା ସମୟରେ ମୁହଁରେ ରୁମାଲ ଓ ଟିସୁ ପେପର ଦିଅନ୍ତୁ।
  • ପ୍ରଚୁର ପାଣି ପିଅନ୍ତୁ।
  • ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କ’ଣ କରିବେ ନାହିଁ?

  • କାହା ସହିତ ହାତ ମିଳାନ୍ତୁ ନାହିଁ।
  • ନାକ, ପାଟିରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ
  • ଲକ୍ଷଣ ଥିବା ବ୍ୟକ୍ତିଙ୍କ ସହ ଏକତ୍ର ବସି ଖାଆନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here