ଓଡିଶାଲାଇଭ୍ ବ୍ୟୁରୋ

ଆଜି ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍‌ ଅଫ୍ ମାର୍କ ପ୍ରକାଶ କରାଯାଇଛି। ତେବେ ଅଧିକାଂଶ ବିଭାଗରେ ବିଜେବି କଲେଜ ଆଗରେ ରହିଥିବା ସୂଚନା ମିଳିଛି।

ଚଳିତବର୍ଷ ରାଜ୍ୟର ୧,୦୨୯ଟି କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨,୧୩,୯୫୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧,୫୮,୫୪୦ ଜଣ ମନୋନୀତ ହୋଇଛନ୍ତି।

କଳାରେ ୯୫,୬୪୯ ଜଣ, ସେଲ୍ଫ ଫାଇନାନ୍ସିଂରେ ୧,୦୮୧ ଜଣ, ବାଣିଜ୍ୟରେ ୧୬,୬୮୨ ଜଣ, ସଂସ୍କୃତରେ ୩,୮୩୮ ଜଣ, ଫିଜିକ୍ସରେ ୨୩,୮୧୭ ଜଣ ଓ ବାୟୋଲୋଜିରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି।BJB Auto. Collegeତେବେ ଚଳିତ ବର୍ଷ ଅଧିକାଂଶ ସମ୍ମାନ(ଅନର୍ସ) ବିଷୟରେ ବିଜେବି କଲେଜ ଆଗରେ ରହିଛି। ବିଜେବିରେ ଫିଜିକ୍ସ ପାଇଁ ୯୫ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଥିବା ବେଳେ କେମିଷ୍ଟ୍ରି ପାଇଁ ୯୪.୬ ପ୍ରତିଶତ, ମ୍ୟାଥମେଟିକ୍ସ ପାଇଁ ୯୫.୨ ପ୍ରତିଶତ, ଇକୋନୋମିକ୍ସ ପାଇଁ ୯୦.୫ ପ୍ରତିଶତ, ଭୂଗୋଳ ପାଇଁ ୯୨ ପ୍ରତିଶତ, ରାଜନୀତି ବିଜ୍ଞାନ ପାଇଁ ୯୧.୫ ପ୍ରତିଶତ କଟ୍‌ ଅଫ୍ ମାର୍କ ରହିଛି।

ସେହିପରି ବାଣିଜ୍ୟ କଟ୍‌ ଅଫ୍‌ରେ ମଧ୍ୟ ୮୮.୬୭ ପ୍ରତିଶତ ସହିତ ବିଜେବି କଲେଜ ଆଗରେ ରହିଥିବା ସୂଚନା ମିଳିଛି।ଆଜିଠୁ ସାମ୍‌ସ ଆକାଉଣ୍ଟରେ ଆଡମିସନ୍ ପାଇଁ ଛାତ୍ରଛାତ୍ରୀମାନେ ଇ-ଡିପୋଜିଟ୍ କରିବେ। ଆସନ୍ତା ଅକ୍ଟୋବର ୧ ତାରିଖ ରାତି ୧୧ଟା ଭିତରେ ଆଡମିସନ ପାଇଁ ଡିପୋଜିଟ୍ କରିବାକୁ ପଡ଼ିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here