ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ତିନି ନାମଲେଖା ପାଇଁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଇ-ଆଡମିସନ ପକ୍ରିୟା। ପିଲାମାନେ ଅନଲାଇନ୍ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପିଲାମାନେ ସେପ୍ଟେମ୍ବର ୮ ତାରିଖରୁ ୨୨ ତାରିଖ ଭିତରେ ଅନଲାଇନ୍ ଆବେଦନ କରିବେ। ଏହାପରେ ୨୮ ତାରିଖରେ ପ୍ରଥମ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ। ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ପିଲାମାନେ ୨ ତାରିଖ ସୁଦ୍ଧା ଆଡମିସନ କରିବେ।BGUସେହିପରି ପ୍ରଥମ ମେରିଷ୍ଟ ଲିଷ୍ଟରେ ଥିବା ପିଲାମାନେ ଆଡମିସନ କରିସାରିବା ପରେ ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଷ୍ଟ ପ୍ରକାଶ ପାଇବ। ଏହି ପିଲାମାନେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

Comment