ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପିଜି ନାମଲେଖା ଆବେଦନ ଅବଧିକୁ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ। ଏଣିକି ପିଲାମାନେ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପିଜି ନାମଲେଖା ପାଇଁ ଫର୍ମପୂରଣ କରିପାରିବେ।

ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ନାମଲେଖା ପାଇଁ ଆବେଦନ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି।

  • ନାମଲେଖା ପାଇଁ ଆବେଦନ – ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୧୦ ତାରିଖ
  • ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଅନଲାଇନରେ ହଲ୍ ଟିକେଟ୍ ଉପଲବ୍ଧ – ସେପ୍ଟେମ୍ବର ୩୦ ତାରିଖ
  • ପିଜି ପ୍ରବେଶିକା ତାରିଖ – ଅକ୍ଟୋବର ୧୦ରୁ ଅକ୍ଟୋବର ୧୯ ତାରିଖ
  • ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ – ନଭେମ୍ବର ୭ ତାରିଖ
  • ପିଜି କ୍ଲାସ୍ ଆରମ୍ଭ – ଡିସେମ୍ବର ୩ ତାରିଖ

Comment