ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ହେବନି +୩ ଓ ପିଜି ସେମିଷ୍ଟାର। +୩ର ଦ୍ଵିତୀୟ ଓ ଚତୁର୍ଥ ସେମିଷ୍ଟାର, ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି। ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ବିଶ୍ଵବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥାରେ ପରିବର୍ତ୍ତୀ ସେମିଷ୍ଟାରକୁ ଉନ୍ନୀତ ହେବେ ଛାତ୍ରଛାତ୍ରୀ। ଆଜି ଲୋକସେବା ଭବନରେ ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟରେ ସେମିଷ୍ଟର ହେବା ନେଇ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହୋଇଥିଲା।

ଏବେ କରୋନା ଯୋଗୁଁ ଦେଶରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଆସନ୍ତା ଜୁଲାଇ ମାସରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ସାମାଜିକ ଦୂରତା ବଜାୟ ରଖି ୩୦ ପ୍ରତିଶତ ପିଲା ସ୍କୁଲ ଆସିବେ ବୋଲି ନିଷ୍ପତ୍ତି ହୋଇଛି।

Comment