ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଓଡ଼ିଶାଲାଇଭ’ ଦ୍ୱାରା ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଏପ୍ରିଲ ୧୧, ରବିବାର ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ।

ପ୍ରଥମ ଅଧ୍ୟାୟରେ ଅତିଥି ଅଛନ୍ତି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ‘ନେଷ୍ଟ ଆୱେ’ କମ୍ପାନିର ସହ-ପ୍ରତିଷ୍ଠାତା ତଥା ସିଇଓ ଅମରେନ୍ଦ୍ର ସାହୁ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରୁଛନ୍ତି। ଅମରେନ୍ଦ୍ର ସାହୁ ଓ ସୁବ୍ରତ ବାଗ୍‌ଚୀଙ୍କ ଏହି କଥୋପକଥନ ରେଡିଓ ଚକଲେଟର ଅଗଣିତ ଶ୍ରୋତାବନ୍ଧୁଙ୍କୁ ନିଶ୍ଚୟ ପସନ୍ଦ ଆସିବ।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରଥମ ଅଧ୍ୟାୟ ଓଡ଼ିଶାଲାଇଭର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଛି। ସୋସିଆଲ ମିଡିଆରେ ଦର୍ଶକମାନେ ଏହାକୁ ପସନ୍ଦ କରିଛନ୍ତି।

ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର ଓ ରେଡିଓ ସୁରଭି ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହି ସମସ୍ତ ରେଡିଓରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରତିଟି ଅଧ୍ୟାୟ ପ୍ରସାରିତ ହେଉଛି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେଉଛି।

LEAVE A REPLY

Please enter your comment!
Please enter your name here