ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱଗୁରୁ ରବୀନ୍ଦ୍ର ନାଥ ଠାକୁର ମୋହନଦାସ କରମ ଚାନ୍ଦ ଗାନ୍ଧୀଙ୍କ ନାଁ ଦେଇଥିଲେ ମହାତ୍ମା। କାରଣ ଚାରିପଟର ମଣିଷମାନଙ୍କ ପାଇଁ ସେ ଥିଲେ ପ୍ରିୟର ବାପୁ।
ଗାନ୍ଧୀ ଥିଲେ ମଣିଷମାନଙ୍କ ମଧ୍ୟରେ ମହାତ୍ମା। ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ସେ ଅନେକ ଭଲ କାମ କରିଥିଲେ। ଏଥିପାଇଁ ଦକ୍ଷିଣ ଆଫ୍ରିକାର ଗୋଟିଏ ସଂଗଠନ ତାଙ୍କୁ ଦେଶୀକୋତମ ମହାତ୍ମା ବୋଲି ଆଖ୍ୟା ଦେଇଥିଲା।
କୋଟିଏ ମଣିଷମାନଙ୍କ ଭିତରେ ଗୋଟିଏ ଭଲ ମଣିଷ ମିଳିଥାନ୍ତି। କୋଟିଏ ଉତ୍ତମ ମଣିଷମାନଙ୍କ ଭିତରେ ଗୋଟିଏ ସାଧୁ ମିଳିଥାନ୍ତି। ସେହିଭଳି କୋଟିଏ ସାଧୁଙ୍କ ମଧ୍ୟରେ ଗୋଟିଏ ବୈଷ୍ଣବ ମିଳିଥାନ୍ତି। ସେହିଭଳି କୋଟିଏ ବୈଷ୍ଣବଙ୍କ ଭିତରେ ଗୋଟିଏ ସନ୍ଥ ମିଳନ୍ତି। କୋଟିଏ ସନ୍ଥଙ୍କ ଭିତରେ ଜଣେ ମହନ୍ତ ମିଳନ୍ତି ଓ କୋ଼ଟିଏ ମହନ୍ତଙ୍କ ଭିତରେ ଜଣେ ମହାତ୍ମା ଜନ୍ମ ନିଅନ୍ତି।
୧୯୨୭ ମସିହାର କଥା। ଗାନ୍ଧୀଙ୍କୁ ଜଟଣୀ ରେଳ ଷ୍ଟେସନରେ କିଛି ଲୋକ ତାଙ୍କୁ ମହାତ୍ମା ପଛର କାରଣ ପଚାରିଥିଲେ। ଏହାର ଉତ୍ତରରେ ଗାନ୍ଧୀ କହିଥିଲେ ଯେ ସେ ସମ୍ମୁହ ସାଥିରେ ଅଛନ୍ତି। ସେ ତାଙ୍କ ନିଜ ଭିତରେ ନାହାନ୍ତି।
ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ତାଙ୍କ ସହ ମୋଟ ୧୬ ଜଣ ଲୋକ ଥିଲେ। କିନ୍ତୁ ପରେ ତାଙ୍କ ସହ ଆସି ୬ ହଜାର ଲୋକ ସାମିଲ ହୋଇଥିଲେ। ମହାତ୍ମା ହେଉଛନ୍ତି ସେହି ଯିଏ ଅନ୍ୟ ଖୁସିରେ ଖୁସି ହୋଇଥାନ୍ତି ଓ ଅନ୍ୟ ଦୁଃଖରେ ଦୁଃଖୀ ହୋଇଥାନ୍ତି। ଗାନ୍ଧିଙ୍କ ପ୍ରତିଟି ସମୟ ଅନ୍ୟମାନଙ୍କ ପ୍ରତି ସମର୍ପିତ ଥିଲା। ମହାତ୍ମା ହେଉଛନ୍ତି ସେହି ଯିଏ ଅନ୍ୟର ହିତ ପାଇଁ ନିଜର ସୁଖକୁ ଜଳାଞ୍ଜଳି ଦେଇଥାଏ।