ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ସୋମବାର ସକାଳେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୮ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯିବା ସହ ୧୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତୁ ଜାଣିବା କେଉଁ ସବୁ ଟ୍ରେନ୍ ବାତିଲ ହୋଇଛି

ଆଜି କୋରେଇ ରେଳ ଷ୍ଟେସନରେ ଦୁର୍ଘଟଣା ପାଇଁ ବାତିଲ ହୋଇଛି ମୋଟ ୮ଟି ଟ୍ରେନ। ଏଥିରେ ୫ଟି ଏକ୍ସପ୍ରେସ ଓ ୩ଟି ପାସେଞ୍ଜର ଟ୍ରେନ ରହିଛି।

  • ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ
  • ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ
  • ସାଲିମାର-ପୁରୀ ଏକ୍ସପ୍ରେସ
  • ପୁରୀ-ସାଲିମାର ଏକ୍ସପ୍ରେସ
  • ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ
  • କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେସିଆଲ
  • ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ
  • ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେସିଆଲ

ଏହି ଦୁର୍ଘଟଣା ଯୋଗୁଁ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି।

ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇ ଜାଖରପୁରା-ଜାରୋଲି-ଟାଟା ଲାଇନରେ ଏହି ଟ୍ରେନ ଗତି କରିବ। ସେହିପରି ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର-ଝାରସୁଗୁଡ଼ା ଦେଇ ଗତି କରିବ। ଏହା ସହ ବେଙ୍ଗାଳୁରୁ-ସାଣ୍ଟ୍ରାଗାଚି ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ହୋଇଯିବ। ତ୍ରିଭେନ୍ଦ୍ରମ-ସାଲିମାର ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ହୋଇଗତି କରିବ। ସିକନ୍ଦରାବାଦ-ହାଓଡା ଫାଲକନୁମା ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର-ଝାରସୁଗୁଡ଼ା ଦେଇ ଗତି କରିବ ଏବଂ ତିରୁପତି-ହାଓଡା ଏକ୍ସପ୍ରେସର ଦିଗ ବଦଳି ଅନୁଗୁଳ-ସମ୍ବଲପୁର ସହର-ଝାରସୁଗୁଡ଼ା ହୋଇଛି।

ବେଙ୍ଗାଳୁରୁ-ହଓଡା ଦୂରନ୍ତ ଏକ୍ସପ୍ରେସର ଗତି ପରିବର୍ତ୍ତନ କରାଯାଇ ଜାଖପୁରା-ଜାରୋଲି-ଟାଟା କରାଯାଇଛି। ସେହିପରି ଚେନ୍ନାଇ-ସନ୍ତ୍ରାଗାଚି ଏକ୍ସପ୍ରେସକୁ ଜାଖରପୁରା-ଜାରୋଲି-ଟାଟା କରାଯାଇଥିବାବେଳେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦିଗ ବଦଳାଯାଇ ଜାଖପୁରା-ଜାରୋଲି-ଟାଟା ଏବଂ ପୁରୀ-ଆନନ୍ଦ ବିହାର ଅନ୍ଦନ କାନନ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇ ଜାଖରପୁରା-ଜାରୋଲି-ଟାଟା କରାଯାଇଛି।

ଏହି ଦୁର୍ଘଟଣା ପରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସ ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି।

କୋରେଇ ଷ୍ଟେସନ ପାଇଁ ୮୪୫୫୮୮୯୯୦୫, ୮୪୫୫୮୮୭୮୬୪ ଓ ୮୪୫୫୮୮୭୮୬୨ ହେଲ୍ପ ଲାଇନ ନମ୍ବର ରହିଥିବାବେଳେ ଭୁବନେଶ୍ଵ ପାଇଁ ୦୬୭୪-୨୫୩୪୦୨୭ ଏବଂ ଖୋର୍ଦ୍ଧା ରୋଡ କଣ୍ଟ୍ରୋଲ ନମ୍ବର ୦୬୭୪-୨୪୯୨୨୪୫ ରହିଛି।

ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ କୋରେଇ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରକୁ ୮ରୁ ଅଧିକ ବଗି ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୋକେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ପାଇଁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଅନ୍ୟ ପଟେ ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Tags: #Train #Accident #KoreiRailwaySation #Cancelation

LEAVE A REPLY

Please enter your comment!
Please enter your name here