ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ଦେଖିବାକୁ ଜମିବ ଭକ୍ତଙ୍କ ଭିଡ଼। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି।
ରାଜ୍ୟ ବାହାରୁ ତଥା ଭୁବନେଶ୍ଵର ଆଡୁ ଆସୁଥିବା ସମସ୍ତ ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରାଯିବ ଏବଂ ସମାନ ମାର୍ଗ ଦେଇ ବସଗୁଡ଼ିକ ଫେରିବେ।
ଭୁବନେଶ୍ୱରରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସଗୁଡ଼ିକ ମାଳତୀପାଟପୁର ରେଲୱେ ଓଭରବ୍ରିଜ୍, ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ ଓ ଭୁଦାନ ଛକ ହେଇ ତାଳବଣିଆଠାରେ ହୋଇଥିବା ଅସ୍ଥାୟୀ ବସଷ୍ଟାଣ୍ଡରେ ବସ ପାର୍କିଂ କରିବେ। ଏହି ବସଗୁଡ଼ିକ ଗ୍ରିଡ ଷ୍ଟେସନ୍ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ବଜାର ଓ ବାଟ ଗାଁ ଦେଇ ଭୁବନେଶ୍ଵରକୁ ଫେରିବେ।
ସେହିପରି କୋଣାର୍କରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସଗୁଡ଼ିକ ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ ଓ ଭୁଦାନ ଛକ ହୋଇ ତାଳବଣିଆଠାରେ ଅସ୍ଥାୟୀ ବସଷ୍ଟାଣ୍ଡରେ ପାର୍କିଂ କରିବେ। ଏହି ବସଗୁଡ଼ିକ ସମାନ ମାର୍ଗ ଦେଇ ଫେରିବେ।
ବ୍ରହ୍ମଗିରି ଆଡୁ ଆସୁଥୁବା ବସଗୁଡ଼ିକ ମାଳତୀପାଟପୁର ରେଲୱେ ଓଭରବ୍ରିଜ୍, ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ, ଭୁଦାନ ଛକ ଓ ମଙ୍ଗଳାଘାଟ ବାଇପାସ୍ ଦେଇ ତାଳବଣିଆଠାରେ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ପାର୍କିଂ କରିବେ। ଏହି ବସଗୁଡ଼ିକ ସମାନ ମାର୍ଗ ଦେଇ ଫେରିବେ।
ସେହିପରି ଭୁବନେଶ୍ଵର ଆଡୁ ଆସୁଥିବା ଛୋଟଗାଡ଼ି ମାଳତୀପାଟପୁର ରେଲୱେ ଓଭରବ୍ରିଜ୍, ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ ଓ ଭୁଦାନ ଛକ ହୋଇ ତାଳବଣିଆ ଇନ୍ଡୋର ଷ୍ଟାଡିଅମ୍, ଆଇଟିଆଇ ହେଲିପ୍ୟାଡ ପାର୍କିଂ କରିବେ। ଏହି ଗାଡ଼ିଗୁଡ଼ିକ ଗ୍ରିଡ ଷ୍ଟେସନ୍ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗର, ବୀରହରେକୃଷ୍ଣପୁର ବଜାର ଓ ବାଟ ଗାଁ ଦେଇ ଭୁବନେଶ୍ୱରକୁ ଫେରିବେ।
କୋଣାର୍କ ଓ ଭୁବନେଶ୍ଵର ଆଡୁ ଆସୁଥିବା ଛୋଟ ଗାଡ଼ିଗୁଡ଼ିକ ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ତାଳବଣିଆ ଇନ୍ଡୋର ଷ୍ଟାଡିଅମ୍ ଆଇଟିଆଇ, ହେଲିପ୍ୟାଡ ପାର୍କିଂରେ ପାର୍କ କରିବେ। ଏହି ଗାଡ଼ିଗୁଡ଼ିକ ସମାନ ମାର୍ଗ ଦେଇ ଫେରିବେ।
ଏହା ସହ ବ୍ରହ୍ମଗିରି ଆଡୁ ଆସୁଥୁବା ଛୋଟ ଗାଡ଼ିଗୁଡ଼ିକ ବାଇଦାସ ନଗର ଛକ, ଗ୍ରିଡ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ସମୁଦ୍ରକୂଳ ଯାତ୍ରୀକା ପ୍ୟାଲେସ୍ ଓ ନୋଳିଆ ଫିଲ୍ଡ ପାର୍କିଂରେ ପାର୍କ କରିବେ। ଏହି ଗାଡ଼ିଗୁଡ଼ିକ ସମାନ ମାର୍ଗ ଦେଇ ଫେରିବେ।
ଭୁବନେଶ୍ଵର ଆଡୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଜଗନ୍ନାଥ ବଲ୍ଲଭ, ଜେଲ ରୋଡ, ମାଟିତୋଟା ଫିଲ୍ଡ ପାର୍କିଂରେ ପାକିଂ କରିବେ।
ସେହିପରି କୋଣାର୍କ ଆଡୁ ଆସୁଥୁବା ଦୁଇଚକିଆ ଯାନଗୁଡିକ ଗ୍ରିଡ ଷ୍ଟେସନ୍ ଛକ, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍ ବିଚ, ହୋଟେଲ ନୀଳାଚଳ ଅଶୋକ, ହୋଟେଲ ହଲିଡେ ରିସର୍ଟ ପଛପଟ ପାର୍କିଂରେ ଗାଡ଼ି ପାର୍କ କରିବେ।
ପୁରୀ ଟାଉନ୍ର ଅଟୋରିକ୍ସାଗୁଡ଼ିକକୁ ତାଳବଣିଆଠାରୁ ରାମମନ୍ଦିର, ମାଳତିପାଟପୁରଠାରୁ ଅଠରନଳା ପର୍ଯ୍ୟନ୍ତ ଏବଂ ନିୟମିତ ବସ୍ଗୁଡ଼ିକୁ ସୁବାଷ ବୋଷ ଛକଠାରୁ ଲାଇଟ ହାଉସ୍ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି।
ଏହି ସମୟରେ ଯେକୌଣସି ସହାୟତା ପାଇଁ ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ୬୩୭୦୯୬୭୧୦୦ ଜାରି କରାଯାଇଛି।
Tags: #RathJatra #RathYatra2024 #Puri #TrafficGuidelines #PuriPolice #ShreeJagannath