ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉସୀ ମା’ ଘରେ ୯ ଦିନ ଧରି ଲୀଳାଖେଳା କରିବା ପରେ ସୋମବାର ଦିନ ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି ବଡ଼ଠାକୁର। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ସୁନାଖଡ଼ିକା ଧରି ଛେରାପହଁରା କରିବା ପରେ ଶ୍ରୀଗୁଣ୍ଡା ମନ୍ଦିର ସମ୍ମୁଖରୁ ଗଡ଼ିଛି ତିନିରଥ।
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହେବାକୁ ପୁରୀରେ ଏକାଠି ହୋଇଛନ୍ତି ଲକ୍ଷାଧିକ ଭକ୍ତ। ତିନିରଥ ଦଉଡ଼ିକୁ ଧରି ଭକ୍ତିମୟ ପରିବେଶ ମଧ୍ୟରେ ବଡ଼ଦାଣ୍ଡ ଅଭିମୁଖେ ଚାଲିଛନ୍ତି ଭକ୍ତ।
ଆଗରେ ତାଳଧ୍ୱଜ ରଥରେ ବିରାଜମାନ ହୋଇ ପ୍ରଭୁ ବଳଭଦ୍ର ଆଗେଇ ଚାଲିଥିବାବେଳେ ପଛେ ପଛେ ଅସୁଛନ୍ତି ଦେବୀ ସୁଭଦ୍ରା। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ।
ବାହୁଡ଼ା ଯାତ୍ରା ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏବଂ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #RathaYatra #BahudaJatra #ShreeJagannath #ShreeGundichaJatra #Puri #ShreeKhetra #SriJagannath