ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପଡ଼ୋଶୀ ଦେଶ ଚୀନ ପାଇଁ ନିଜ ସୀମା ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଚୀନର ସୀମା ୧୦ରୁ ଅଧିକ ଦେଶକୁ ଲାଗି ରହିଛି। ଭାରତ ସମେତ ଅଧିକାଂଶ ପଡ଼ୋଶୀଙ୍କ ଦେଶ ଚୀନର ସୀମା ବିବାଦ ଚାଲିଛି। ଏଥିଲାଗି ଚୀନ ଯୁଦ୍ଧକୁ ନେଇ ଭୟଭୀତ ହେବା ସ୍ଵାଭାବିକ। ଚୀନ ବିରୋଧରେ ଅନେକ ଦେଶ ଏକାଠି ହୋଇ ମେଳି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଦେଶ ନିଜ ସେନାକୁ ବିସ୍ତାର କରୁଛି। ସେଥିପାଇଁ କଲେଜ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ମିଲିଟାରୀ ଟ୍ରେନିଂ ଦେବା ପାଇଁ ଆଇନ ଆଣିବାକୁ ଯୋଜନା କରିଛି ଚୀନ।

ଦେଶର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ ଏବେ ଦେଶର ସବୁ କଲେଜ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ସେନା ପ୍ରଶିକ୍ଷଣ ଲାଗି ଯୋଜନା ତିଆରି କରିଛି। ଚୀନ ସଂସଦର ଉଚ୍ଚ ସଦନ ଓ ନାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ରାଷ୍ଟ୍ରୀୟ ପ୍ରତିରକ୍ଷା ଆଇନରେ ସଂଶୋଧନ ଆଣିବା ଉପରେ ଆଲୋଚନା କରିବା ଲାଗି ଏକ ବୈଠକ ହୋଇଛି। ଗତ ଏପ୍ରିଲରେ ଏହି ସଂଶୋଧନ ବିଲ ଅଣା ଯାଇଥିଲା। ଏହି ଆଇନ ଚଳିତ ବର୍ଷ ଶେଷ ସୁଦ୍ଧା ପାସ ହୋଇଯିବ ବୋଲି ଆଶା କରାଯାଉଛି।

ସେହିପରି ସେନାବାହିନୀ ପାଇଁ ରିଜର୍ଭ ରଖାଯାଇଥିବା ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ସୁଧାର ଅଣାଯାଇଛି। ଏଥିରେ ସ୍ଥାନୀୟ ସେନା ଅଧିକାରୀ ଓ ଜାତୀୟ ଶିକ୍ଷା ଅଧିକାରୀମାନଙ୍କୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ କିପରି ମାର୍ଚ୍ଚିଂ ଏବଂ ବନ୍ଧୁକ ଚାଳନା ଅଭ୍ୟାସ କରିବେ ତାହାର ତଦାରଖ କରିବେ। ଏଥିପାଇଁ ସଂପୃକ୍ତ ରାଜ୍ୟ ଫଣ୍ଡିଂ କରିବ। ଏହି ନିୟମର ଉଲ୍ଲଘଂନ କରୁଥିବା ଶିକ୍ଷା ସଂସ୍ଥାନଗୁଡ଼ିକ ଉପରେ ଅପରାଧିକ ମାମଲା ରୁଜୁ କରାଯିବାର ମଧ୍ୟ ପ୍ରାବଧାନ ରଖାଯାଇଛି।

କାହିଁକି ଏହି ନିୟମ ଆଣୁଛି ଚୀନ?

ଚୀନର ବିସ୍ତାରବାଦୀ ନୀତିକୁ ଏବେ ଅନେକ ଦେଶ ସମାଲୋଚନା କରୁଛନ୍ତି। ଦକ୍ଷିଣ କୋରିଆ, ଜାପାନ, ତାଇୱାନ, ଫିଲିପାଇନ୍ସ ଦକ୍ଷିଣ ଚୀନ ସାଗରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛନ୍ତି। ଭାରତ ସହ ମଧ୍ୟ ଏହାର ସୀମା ବିବାଦ ଲାଗି ରହିଛି। ଏପରି ସ୍ଥିତିରେ ଚୀନର ସୁରକ୍ଷା ଚିନ୍ତା ବଢ଼ିବାରେ ଲାଗିଛି। ତେଣୁ ଚୀନ ନିଜ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ଉପାୟ ଖୋଜୁଛି।

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁସାରେ ଦେଶର ସ୍କୁଲ କଲେଜରେ ଜାତୀୟ ପ୍ରତିରକ୍ଷା ଶିକ୍ଷା ବିଷୟରେ ପିଲାଙ୍କୁ ସଚେତନ କରାଯିବା ଦରକାର। ଏହାଦ୍ୱାରା ସୈନିକମାନଙ୍କ ସେବା ବିଷୟରେ ଛାତ୍ରଛାତ୍ରୀମାନେ ଅବଗତ ହୋଇପାରିବେ। ସେନାବାହିନୀ ପ୍ରତି ଲୋକଙ୍କ ମନରେ ଏକ ଭଲ ଧାରଣା ରହିବ ଏବଂ ସୈନିକ ହେବାକୁ ଆଗ୍ରହ ପ୍ରକାଶ କରିବେ।

Tags: #MilitaryTraining #Students #MilitaryExpansion #PLA #China

LEAVE A REPLY

Please enter your comment!
Please enter your name here