ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ନନ୍ଦନକାନନରୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ୧୩ଟି କୃଷ୍ଣସାର ମୃଗ। ବୁଧବାର ରାତିରେ ଦ୍ଵିତୀୟ ପର୍ଯ୍ୟାୟରେ ଏହି କୃଷ୍ଣସାର ମୃଗଙ୍କୁ ବାଲୁଖଣ୍ଡ ଅଣାଯାଇଛି। ଏହା ପୂର୍ବରୁ ଗତ ଜୁନ ୧୮ ତାରିଖରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟକୁ ଅଣାଯାଇଥିଲା।

ବୁଧବାର ବିଳମ୍ବିତ ରାତିରେ ଏକ ସ୍ଵତନ୍ତ୍ର ଭ୍ୟାନ ଯୋଗେ ୧୩ଟି କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଅଣାଯାଇଥିଲା। କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନଙ୍କ ଖାଇବା ପାଇଁ ଖାଦ୍ୟ, ଘାସ ଓ ପାଣିର ବ୍ୟବସ୍ଥା କରାଯାଇଛି।

ଗତ ଜୁନ ୧୮ ତାରିଖରେ ଆସିଥିବା କୃଷ୍ଣସାର ମୃଗଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ବୁଧବାର ରାତିରେ ଆସିଥିବା କୃଷ୍ଣସାର ମୃଗଙ୍କୁ ମଧ୍ୟ କ୍ଵାରେଣ୍ଟାଇନ ରଖାଯାଇଛି। କିଛିଦିନ ପରେ ସେମାନଙ୍କୁ ଅଭୟାରଣ୍ୟରେ ମୁକ୍ତ ବିଚରଣ ପାଇଁ ଛଡ଼ାଯିବ।

ags: #Nandanakanan #KonarkBalukhand Abhayaranya #Krushnasar #Antelope #Odisha

LEAVE A REPLY

Please enter your comment!
Please enter your name here