ଓଡିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ପଡ଼ିଲା କରୋନା ପ୍ରଭାବ। ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି।

ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କଠାରୁ ଅନ୍ୟ ପର୍ଯ୍ୟଟକଙ୍କୁ କରୋନା ବ୍ୟାପିବାର ଆଶଙ୍କା ରହିଛି।  ନନ୍ଦନକାନନର ପଶୁ ପକ୍ଷୀମାନଙ୍କୁ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

କରୋନା ମୁକାବିଲା କରିବାକୁ ପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। କରୋନାକୁ ନେଇ ଶୁକ୍ରବାର କ୍ୟାବିନେଟ ବୈଠକ କରାଯାଇଥିଲା। ବୈଠକରେ ୩୧ତାରିଖ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ନିକଟସ୍ଥ ମେଡିକାଲରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଛି।  ରାଜ୍ୟରେ ୧୬ଜଣ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କରୋନାକୁ ନେଇ ସତର୍କ ରହିବାକୁ  ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Comment