ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଏଠାରେ ‘କନ୍ତାରା’ ଚଳଚ୍ଚିତ୍ର ପାଇଁ ରିଷବ ସେଟ୍ଟିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିପରି ନିତ୍ୟା ମେନନଙ୍କୁ  ‘ଥିରୁଚିତ୍ରାମ୍ବଲମ’ (ତାମିଲ) ଏବଂ ମାନସୀ ପାରେଖଙ୍କୁ ‘କଚ୍ଛ ଏକ୍ସପ୍ରେସ’ (ଗୁଜରାଟୀ) ଫିଲ୍ମ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।   

ସେହିପରି ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ୍ ଫାଲକେ ପୁରସ୍କାର ମିଳିଛି। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ତଥା ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଥିଲେ।

୨୦୨୨ ଓ ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥିପାଇଁ ଗତ ଅଗଷ୍ଟ ୧୬ ତାରିଖରେ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ଆସନ୍ତୁ ଜାଣିବା, କାହାକୁ କେଉଁ ଫିଲ୍ମ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

  • ଶ୍ରେଷ୍ଠ ଫିଚର ପିଲ୍ମ – ଆଟ୍ଟମ
  • ଶ୍ରେଷ୍ଠ ଫିଚର ପିଲ୍ମ – କଚ୍ଛ ଏକ୍ସପ୍ରେସ (ଜାତୀୟତା ଓ ସାମାଜିକ ବର୍ଗ)   
  • ଶ୍ରେଷ୍ଠ ଫିଲ୍ମ (ଏଭିଜିସି) – ବ୍ରହ୍ମାସ୍ତ୍ର ପାର୍ଟ-୧
  • ଶ୍ରେଷ୍ଠ ନିର୍ଦେଶକ – ସୁରଜ ବର୍ଜାତୀୟା (ହିନ୍ଦୀ ଫିଲ୍ମ ‘ଉଞ୍ଚାଇ’)
  • ଶ୍ରେଷ୍ଠ ସହ ଅଭିନେତା – ପୱନ ରାଜ ମଲୋହୋତ୍ର (ଗୁଜରାଟୀ ଫିଲ୍ମ – ଫୌଜା)
  • ଶ୍ରେଷ୍ଠ ସହ ଅଭିନେତ୍ରୀ – ନିନା ଗୁପ୍ତା (ଫିଲ୍ମ – ‘ଉଞ୍ଚାଇ’)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ – ପ୍ରୀତମ (ଫିଲ୍ମ – ‘ବ୍ରହ୍ମାସ୍ତ୍ର ପାର୍ଟ-୧’)
  • ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ – ଅରିଜିତ ସିଂହ (ଗୀତ – ‘କେସରିୟା ’, ଫିଲ୍ମ – ‘ବ୍ରହ୍ମାସ୍ତ୍ର ପାର୍ଟ-୧’)
  • ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ – ବମ୍ବେ ଜୟଶ୍ରୀ (ଗୀତ – ଚୟୁମ ଭେଲି, ଫିଲ୍ମ – ସୌଦି ଭେଲକ୍କା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା (ବିଜିଏମ) – ଏଆର ରେହମାନ (ଫିଲ୍ମ – ପୋନିୟନ ସେଲଭନ)
  • ଶ୍ରେଷ୍ଠ ସାଉଣ୍ଡ ଡିଜାଇନିଂ – ଆନନ୍ଦ କୃଷ୍ଣମୁର୍ତ୍ତି (ପୋନିୟନ ସେଲଭନ)
  • ଶେଷ୍ଠ ଏଡିଟିଂ – ମହେଶ ଭୁବନେନ୍ଦ (ଫିଲ୍ମ – ଆଟ୍ଟମ)
  • ଶ୍ରେଷ୍ଠ ସ୍କ୍ରିନ ପ୍ଲେ –  ଆନନ୍ଦ ଏକାରସି (ଫିଲ୍ମ – ଆଟ୍ଟମ)
  • ଶ୍ରେଷ୍ଠ ଡାଇଲାଗ – ଅର୍ପିତା ମୁଖାର୍ଜୀ ଓ ରାହୁଲ ଭି ଚିଟ୍ଟେଲା (ଫିଲ୍ମ – ଗୁଲମୋହର)  
  • ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ – ନିକି ଜୋଶୀ (ଫିଲ୍ମ – କଚ୍ଛ ଏକ୍ସପ୍ରେସ)
  • ଶ୍ରେଷ୍ଠ ଆକ୍ସନ ଡାଇରେକ୍ସନ – ଅନବୈରବ (ଫିଲ୍ମ – କେଜିଏଫ ୨)

ଆଞ୍ଚଳିକ ସିନେମା

  • ଶ୍ରେଷ୍ଠ ଓଡ଼ିଆ ଫିଲ୍ମ – ଦମନ
  • ଶ୍ରେଷ୍ଠ ତେଲଗୁ ଫିଲ୍ମ – କାର୍ତ୍ତିକେୟ ୨
  • ଶ୍ରେଷ୍ଠ ତାମିଲ ଫିଲ୍ମ – ପୋନିୟନ ସେଲଭନ ୧
  • ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ – ବାଘି ଦି ଢି
  • ଶ୍ରେଷ୍ଠ ମାଲାୟଲାମ ଫିଲ୍ମ – ସୌଦି ଭେଲକ୍କା  
  • ଶ୍ରେଷ୍ଠ ମରାଠୀ ଫିଲ୍ମ – ବଲ୍ଲଭୀ
  • ଶ୍ରେଷ୍ଠ କନ୍ନଡ ଫିଲ୍ମ – କେଜିଏଫ ୨
  • ଶ୍ରେଷ୍ଠ ବଙ୍ଗଳା ଫିଲ୍ମ – କାବେରୀ ଅନ୍ତର୍ଦ୍ଧାନ
  • ଶ୍ରେଷ୍ଠ ଅହମିୟା ଫିଲ୍ମ – ଏମୁଠି ପୁଥି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ସଞ୍ଜୟ ଯାଜୁ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନେକ କଳାକାର ଏବଂ ସିନେମା ଜଗତ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #NationalFilmAwards #BestFilms #BestActors #I&BMinistry #India

LEAVE A REPLY

Please enter your comment!
Please enter your name here