ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରୁ ଉଠିଲା ରାଷ୍ଟ୍ରପତି ଶାସନ। ଦୀର୍ଘ ୬ ବର୍ଷ ପରେ ଏଠାରୁ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି। ଏନେଇ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ରାଷ୍ଟ୍ରପତି ଶାସନ ହଟିବା ପରେ ଜମ୍ମୁ କଶ୍ମୀରରେ ଏବେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଛି।

ନିକଟରେ ହୋଇଥିବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଥିଲା। ଏବେ ନାସନାଲ କନଫରେନ୍ସର ବିଧାୟକ ଦଳ ନେତା ଓମାର ଅବଦ୍ଦୁଲା ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

୧୦ ବର୍ଷ ତଳେ ୨୦୧୪ ମସିହାରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। ହେଲେ ୨୦୧୮ ମସିହାରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବାରୁ ସରକାର ଭାଙ୍ଗିଥିଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସେତେବେଳେ ଜମ୍ମୁ-କଶ୍ମୀରରେ ଅନ୍ୟ କୌଣସି ଦଳ ସରକାର ଗଠନ କରିବାକୁ ଅସମର୍ଥ ହେବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହାପରେ ୨୦୧୯ ମସିହା ଅଗଷ୍ଟ ମାସରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ।  

Tags: #JammuKashmir #PresidentsRule #Article370 #HomeMinistry #India

LEAVE A REPLY

Please enter your comment!
Please enter your name here