ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଷ୍ଟ୍ରୋକ୍କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ ଅକ୍ଷମ ମଧ୍ୟ ହୋଇଯାଆନ୍ତି। ତେଣୁ ଲୋକଙ୍କୁ ଷ୍ଟ୍ରୋକ୍ ସମ୍ପର୍କରେ ସଚେତନ କରିବା ଉଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖକୁ ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’ ଦିବସ ପାଳନ କରାଯାଉଛି।
ବ୍ରେନ୍ ଷ୍ଟ୍ରୋକ୍ ପରେ ଜଣେ ବ୍ୟକ୍ତିଙ୍କର କର୍ମମୟ ଜୀବନ, ସାମାଜିକ ଜୀବନ ଏବଂ ପାରିବାରିକ ଜୀବନ ଏପଟସେପଟ ହୋଇଯାଏ। ପୀଡ଼ିତଙ୍କ ସହ ସେମାନଙ୍କର ପରିବାର ଲୋକ ଏକ ପ୍ରକାର ଭାଙ୍ଗିପଡ଼ନ୍ତି। ଏଭଳି ସ୍ଥିତିରେ ଉଭୟ ଷ୍ଟ୍ରୋକ ପୀଡ଼ିତ ବ୍ୟକ୍ତି ଓ ସେମାନଙ୍କ ପରିବାର ନିଜକୁ ସମ୍ଭାଳିବା ଅତି କଷ୍ଟକର ହୋଇପଡ଼େ ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ।
ମାନସିକ ଚାପ ସହ ଷ୍ଟ୍ରୋକର ସମ୍ପର୍କ ରହିଥିବା ଡାକ୍ତର କୁହନ୍ତି। ମାନସିକ ଚାପ ଦୀର୍ଘ ଦିନ ଧରି ରହିଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯଦି ଜଣେ ମଣିଷର ଚାପ ନିୟନ୍ତ୍ରଣ ହୁଏ ନାହିଁ ତାହା ପରବର୍ତ୍ତୀ ସମୟରେ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଥାଏ। କେବଳ ସେତିକି ନୁହେଁ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ମାନସିକ ଚାପ ଯୋଗୁଁ ରକ୍ତଚାପ ନକମିଲେ ପରବର୍ତ୍ତୀ ସମୟରେ ଷ୍ଟ୍ରୋକର ହେବାର ସମ୍ଭାବନା ରହିଥାଏ ବୋଲି କୁହନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ।
ତେବେ ମାନସିକ ଚାପକୁ କିପରି ନିୟନ୍ତ୍ରଣ କରିହେବ, ଷ୍ଟ୍ରୋକର ଶିକାର ହେଉଥିବା ବ୍ୟକ୍ତି କିପରି ଉଭୟ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିପାରିବେ, ସେ ସମ୍ପର୍କରେ ଅଧିକ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁଙ୍କଠାରୁ।
Tags: #MentalHealth #PostStrokeManagement #SumitKumarThakur #Stroke #physiotherapy #Brainstroke #Doctorsadvice #odiahealthtips