ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରାକୃତିକ ସମ୍ପଦରେ ଭରପୁର ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ସମସ୍ତ ପର୍ଯ୍ୟଟସ୍ଥଳଗୁଡ଼ିକର ବିକାଶ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ଅବସରରେ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ, ଏସପି ବରୁଣ ଗୁଣ୍ଟୁପାଲି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ପର୍ଯୟଟନସ୍ଥଳଗୁଡ଼ିକରେ ପର୍ଯଟକମାନଙ୍କ ପାଇଁ ଆବଶ୍ୟକ ସୁବିଧା ସହ ପକ୍କା ସଡ଼କ, ପାନୀୟ ଜଳର ସୁବିଧା, ଶୌଚାଳୟ, ପାର୍କିଙ୍ଗ ବ୍ୟବସ୍ଥା ଏବଂ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ।

ଶିମିଳିପାଳ ଅଭୟାରଣ୍ୟ ଏବଂ ଏହାର ପାଦଦେଶରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରୁ ସୀତାକୁଣ୍ଡ ଅନ୍ୟତମ। ଲୁଲୁଙ୍ଗ ନିକଟରେ ଥିବା ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ସୀତାକୁଣ୍ଡ ପରିଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏହି ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ କରାଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଏହା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ପର୍ଯ୍ୟଟନସ୍ଥଳଗୁଡ଼ିକର ସାମୁହିକ ବିକାଶ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିବା ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

Tags: #TouristPlace #Tourism #Mayurbhanj #OdishaGovt

LEAVE A REPLY

Please enter your comment!
Please enter your name here