ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ହାଲୁକା ଯାନ (ଏଲଏମଭି) ପାଇଁ ଲାଇସେନ୍ସ ପାଇଥିବା ଚାଳକ ଭାରୀ ଯାନ ମଧ୍ୟ ଚଳାଇପାରିବେ। ଏନେଇ ବୁଧବାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ହାଲୁକା ଯାନ (ଏଲଏମଭି) ଚଳାଚଳ ପାଇଁ ଲାଇସେନ୍ସ ରହିଛି, ସେମାନଙ୍କୁ ୭,୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାରୀ ଯାନ ଚଲାଇବା ପାଇଁ ଆଉ ଅଲଗା ଲାଇସେନ୍ସ କରିବାକୁ ପଡ଼ିବ ନାହିଁ।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ।
ଏହି ନିଷ୍ପତ୍ତି ଏଲଏଭଭି ଲାଇସେନ୍ସଧାରୀଙ୍କ ଦ୍ଵାରା ଚଳାଯାଉଥିବା କମର୍ସିଆଲ ଭାରି ଯାନ ସହିତ ଜଡିତ ଦୁର୍ଘଟଣାରେ ବୀମା ଦାବି ବିବାଦକୁ ପ୍ରଭାବିତ କରିବ। ଏବେ ବୀମା କମ୍ପାନିମାନେ ଏଭଳି ମାମଲାରେ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ।
Tags: #DrivingLicence #LMV #Riders #Supremecourt #India