ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଦି ଆରବର ଦମ୍ମାମଠାରେ କଳିଙ୍ଗନ ୨୦୨୪ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି। ନଭେମ୍ବର ୨୨ ତାରିଖରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଡକ୍ଟର ଦେବ ମହାନ୍ତି ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଓଲିଉଡର ଜଣାଶୁଣା ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତା ସ୍ୱରାଜ ବାରିକ ଯୋଗଦେଇ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ।

କଳିଙ୍ଗନ କୋର କମିଟି ପକ୍ଷରୁ ପ୍ରତିବର୍ଷ ଗୋଟିଏ ଗୋଟିଏ ଥିମକୁ ନେଇ କଳିଙ୍ଗନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷର ଥିମ ରହିଥିଲା ‘ଓଡ଼ିଆ ଅସ୍ମିତା’। କାର୍ଯ୍ୟକ୍ରମରେ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।

କଳିଙ୍ଗନ ୨୦୨୪ କାର୍ଯ୍ୟକ୍ରମରେ ସାଉଦି ଆରବର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ ଓଡ଼ିଆଙ୍କ ସହ ସାଉଦି ନାଗରିକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ‘ଓଡ଼ିଆ ଅସ୍ମିତା’ ନାମକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ‘କଳିଙ୍ଗନ ୨୦୨୪’ ପତ୍ରିକାର ଲୋକାର୍ପଣ କରାଯାଇଥିଲା।

କଳିଙ୍ଗନର ଶିଶୁ କଳାକାର ଓ କଳିଙ୍ଗନ ପରିବାର ସଦସ୍ୟମାନେ ନୃତ୍ୟ, ଗୀତ ଏବଂ ଅଭିନୟ ଯାଦୁରେ ମନୋରଞ୍ଜନର ଖୋରାକ ଯୋଗାଇଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ। କଣ୍ଠଶିଳ୍ପୀ ଅନ୍ତରାଙ୍କ ଗୀତ ସାଙ୍ଗକୁ ସ୍ଵରାଜଙ୍କ ଡ୍ୟାନ୍ସର ତାଳେ ତାଳେ ଝୁମିଥିଲେ ଦର୍ଶକ।

କାର୍ଯ୍ୟକ୍ରମକୁ କଳିଙ୍ଗନ କୋର କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା।

Tags: #Kaligana2024Programme #Dammam #SaudiArabia #OdishaAshmita #CulturalProgramme

LEAVE A REPLY

Please enter your comment!
Please enter your name here