ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ବିଶ୍ଵର ପ୍ରଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ। ଆମେରିକାର ସାନ୍ ଫ୍ରାନ୍ସିସକୋ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ କିଛି ଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ I
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରକୁ ଉସ୍ତାଦ ଜାକିର ହୁସେନଙ୍କର ବିଶେଷ ଅବଦାନ ରହିଛି। ସଙ୍ଗୀତ ଜଗତକୁ ବିଶେଷ ଅବଦାନ ପାଇଁ ଜାକିର ହୁସେନଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ନାନରେ ସମ୍ମାନିତ କରାଯାଇଛି। ତାଙ୍କୁ ୩ ଥର ଗ୍ରାମୀ ଆୱାର୍ଡ ମିଳିଛି।
ଜାକିର ହୁସେନଙ୍କୁ ୧୯୯୯ ମସିହାରେ ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଥିଲେ।
୧୯୫୧ ମସିହା ମାର୍ଚ୍ଚ ୯ ତାରିଖରେ ଜାକିର ହୁସେନ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ।
ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
Tags: #UstadZakirHussain #Musician #Tablist #Death