ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପହଞ୍ଚିଛନ୍ତି। ୱାସିଂଟନ୍ ଡିସିରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଗୁରୁବାର ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ।
ୱାସିଂଟନ୍ ଡିସିରେ ପହଞ୍ଚିବାପରେ ପ୍ରବାସୀ ଭାରତୀୟ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା। ଏହାପରେ ସେ ଆମେରିକାର ନ୍ୟାସନାଲ ଡାଇରେକ୍ଟର ଅଫ ଇଣ୍ଟେଲେଜେନ୍ସ ତୁଳସୀ ଗବାର୍ଡଙ୍କ ସହ ସାକ୍ଷାତ କରିଥିଲେ। ଏହି ଅବସରରେ ଭାରତ-ଆମେରିକା ମଧ୍ୟରେ ଗୁଇନ୍ଦା ଓ ପ୍ରତିରକ୍ଷା କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରାଯାଇଛି।
ଗୁରୁବାର ପ୍ରଧାନମନ୍ତ୍ରୀ ହ୍ଵାଇଟ୍ ହାଉସରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବାର ସମ୍ଭାବନା ରହିଛି।
Tags: #PMNarendraModi #ForeignVisit #BilateralRelations #USA