ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ଜ୍ଞାନେଶ କୁମାର। ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ଏବେ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ତୁଲାଇବେ।

ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି। ଏନେଇ ତାଙ୍କ ସ୍ଥାନରେ ଜ୍ଞାନେଶ କୁମାରଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ବୁଧବାର କାର୍ଯ୍ୟଭାର ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ କମିଟି ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କ ନାମ ଅନୁମୋଦନ କରିଥିଲେ।

ଜ୍ଞାନେଶ କୁମାର ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ୍ ଅଧିକାରୀ ଥିଲେ। ସେ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅବସର ନେବାପରେ ସେ ଏବେ ଭାରତର ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ।

Tags: #GyaneshKumar #ChiefElectionCommissioner #ECI #India

LEAVE A REPLY

Please enter your comment!
Please enter your name here