ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କଟକର ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଣ୍ଡୋନେସିଆରେ ଭାରତୀୟ ନୌ ବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମୋଦି କଟକର ଐତିହାସିକ ବାଲିଯାତ୍ରାର ଇତିହାସ ବଖାଣିଛନ୍ତି।

ମୋଦି କହିଛନ୍ତି, “ନୌ ବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ ଓଡ଼ିଶାର କଟକରେ ପ୍ରତିବର୍ଷ ବାଲିଯାତ୍ରା ଆୟୋଜନ କରାଯାଇ ଆସୁଛି। ମହାନଦୀ କୂଳରେ ବିରାଟ ମେଳା ଆୟୋଜନ କରାଯାଇ ଇତିହାସ ହେବାକୁ ବସିଥିବା କଳା ସଂସ୍କୃତିକୁ ସମୃଦ୍ଧ କରିବାକୁ ପ୍ରୟାସ କରାଯାଉଛି। ବାଲିଯାତ୍ରା ଯୋଗୁଁ ନୌ ବାଣିଜ୍ୟ ପରମ୍ପରାକୁ ଲୋକେ ଆଜି ବି ମନେରଖିଛନ୍ତି।”

ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଜଭୁତ ରହିଛି। ଚଳିବର୍ଷ ସାଧାରଣତନ୍ତ ଦିବସ ପରେଡରେ ବାଲିଯାତ୍ରାର ଏକ ଦୃଶ୍ୟ ପ୍ରଦର୍ଶିତ କରାଯାଇଥିଲା। ଇଣ୍ଡିଆ ଏବଂ ଇଣ୍ଡୋନେସିଆ ଭିତରେ ଥିବା ସମ୍ପର୍କକୁ ବାଲିଯାତ୍ରା ପ୍ରତିବର୍ଷ ମନେପକାଇ ଦେଇଥାଏ ବୋଲି ମୋଦି କହିଥିଲେ।

ପୂର୍ବ କାଳରେ ଓଡ଼ିଆମାନେ ଓଡ଼ିଶାରୁ ବିଭିନ୍ନ ସାମଗ୍ରୀ ନେଇ ନୌକାରେ ବଣିଜ କରିବାକୁ  ବାଲି, ଜାମା, ସୁମାତ୍ରା ଏବଂ ବୋର୍ଣ୍ଣିଓ ଯାଉଥିଲେ। ବ୍ୟବସାୟ କରି ବିଦେଶରୁ ଧନ ରତ୍ନ ଆଣି ଓଡ଼ିଶା ଫେରୁଥିଲେ। ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ବାଲିଯାତ୍ରା ଆୟୋଜନ କରାଯାଉଛି।

LEAVE A REPLY

Please enter your comment!
Please enter your name here