ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ଥାନୀୟ ବିଜେପି ନେତା। ମାଲକାନଗିରି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପଦୁ ମାଝୀଙ୍କ ନାଁରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାତେଇବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେପି ନେତା ପ୍ରହଲ୍ଲାଦ ଦୋରା।

ପଦୁ ମାଝୀ ପଣସପଟୁ ପଞ୍ଚାୟତର ସେଲ୍ସମ୍ୟାନ୍‌ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣଛନ୍ତି ବିଜେପି ନେତା ପ୍ରହଲ୍ଲାଦ ଦୋରା। ଏମିତିକି ପଦୁଙ୍କ ନାଁରେ ଗଞ୍ଜେଇ କାରବାରର ଅଭିଯୋଗ ଆଣିଛନ୍ତି ସେ। ସେଥିପାଇଁ ପଦୁ ମାଝୀଙ୍କ ଜାତିଗତ ପ୍ରମାଣପତ୍ର ରଦ୍ଦ କରିବାପାଇଁ ଦାବି କରିଛନ୍ତ ପହଲ୍ଲାଦ।

ରାଜ୍ୟରେ ନିର୍ବାଚନ ଯେତେ ପାଖକୁ ଆସୁଛି ବିଜେପି ଦଳ ମଧ୍ୟରେ ଟିକେଟ୍‌ ବଣ୍ଟନକୁ ନେଇ ବିବାଦ ଜୋର୍‌ସୋର୍‌ରେ ତେଜୁଛି। ଗତ କାଲି ଟିକେଟ୍‌ ବଣ୍ଟନକୁ ନେଇ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ଏକାମ୍ର-ଭୁବନେଶ୍ୱର ପାଇଁ ଆଶାୟୀ ପ୍ରାର୍ଥୀ ଅମୀୟ ଦାସଙ୍କ ଟିକେଟ କଟିବା ପରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକମାନେ ଧାରଣା ଦେଇଥିଲେ।

LEAVE A REPLY

Please enter your comment!
Please enter your name here