ଓଡ଼ିଶାଲାଇଭ୍ ବ୍ୟୁରୋ
ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କଲା ପାକିସ୍ତାନ।
କ୍ରିକେଟ୍ ବିଶ୍ୱକପ ୨୦୧୯ରେ ରବିବାର ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ଲଣ୍ଡନର ମାଞ୍ଚେଷ୍ଟରରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଛି।
ଦିନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହୋଇତିବା ବେଳେ ଟିମ୍ ଇଣ୍ଡିଆର ଓପନିଂ କରିଛନ୍ତି ରନ୍ ମାଷ୍ଟର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିରଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଜାରି ରହିଛି।
ଚଳିତ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ୨ଟି ଯାକରେ ଜିତିଛି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ବାତିଲ ହେବା ପରେ ଉଭୟ ଟିମ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା। ବିଶ୍ୱକପ ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି।
ସେହିପରି ପାକିସ୍ତାନ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ଇଂଲଣ୍ଡ ବିପକ୍ଷ ମାତ୍ର ଗୋଟିଏ ମ୍ୟାଚ୍ରେ ଜିତିଛି। ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଆଜି ଭାରତ ସହ ମୁହାଁମୁହିଁ ହୋଇଛି ପାକିସ୍ତାନ। ବିଶ୍ୱକପ ପଏଣ୍ଟ ଟେବୁଲରେ ପାକିସ୍ତାନ ଅଷ୍ଟମ ସ୍ଥାନରେ ରହିଛି।
ସମଗ୍ର ବିଶ୍ୱ ଦରବାରର ନଜର ଏବେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ। ଜାରି ରହିଛି ଭାରତ ଓ ପାକିସ୍ତାନ ମଧ୍ୟରେ ମହା- ମୁକାବିଲା।