ଓଡ଼ିଶାଲାଇଭ୍ ବ୍ୟୁରୋ
ଫାଷ୍ଟଫୁଡ୍ ଶରୀର ପାଇଁ ହାନିକାରକ। ଏହା ତ ଆପଣମାନେ ଜାଣିଥିବେ। କିନ୍ତୁ ଫାଷ୍ଟଫୁଡରେ ଥିବା କେଉଁ ଜିନିଷ ଶରୀର ପାଇଁ କ୍ଷତିକାରୀ ତାହା ଜାଣିରଖନ୍ତୁ।
ଫାଷ୍ଟଫୁଡରେ ଚଟପଟା ସ୍ୱାଦ ଯୋଗୁଁ କେବଳ ପିଲାମାନଙ୍କୁ ନୁହେଁ, ବଡ଼ମାନଙ୍କୁ ମଧ୍ୟ ତାହା ଭଲ ଲାଗେ । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ୫୨ ପ୍ରତିଶତ ବଢ଼ିଯାଏ। ବିଶେଷଜ୍ଞମାନଙ୍କ ଅନୁସାରେ ଫାଷ୍ଟଫୁଡରେ ଅଜିନୋମୋଟୋ ସମେତ ଅନେକ ହାନିକାରକ ରସାୟନିକ ଥାଏ, ଯାହାଦ୍ୱାରାକି ଆମ ଶରୀରର ମେଟାବୋଲିଜିମ୍ ପ୍ରଭାବିତ ହୋଇଥାଏ।
ଫାଷ୍ଟଫୁଡରେ ଆଉ ଏକ ଅପକାରିତା ହେଲା ଏଥିରେ ମଇଦାକୁ ବ୍ୟବହାର କରାଯାଏ। ଯାହାଦ୍ୱାରାକି ଶରୀରରେ ଚର୍ବିର ପରିମାଣ ବୃଦ୍ଧି ହୋଇଥାଏ। ପରୋକ୍ଷରେ ଏହା ମୋଟାପଣ ସୃଷ୍ଟି କରେ।
ଫାଷ୍ଟଫୁଡ୍ ପ୍ରସ୍ତୁତି ସମୟରେ କିଛି ପରିବା ଯେପରିକି ବନ୍ଧାକୋବି, ଗାଜର ପ୍ରଭୃତିକୁ ଭଲ ଭାବେ ସିଝାଯାଏ ନାହିଁ। ଏହାଯୋଗୁଁ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ।
ସେହିପରି ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଏଥିରେ ଥିବା ଟ୍ରାନ୍ସଫ୍ୟାଟ୍ ଶରୀରରେ ଥିବା ଉପକାରୀ ଫ୍ୟାଟକୁ ହଟାଇ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ କୋଷ୍ଠକାଠିନ୍ୟ, ମାନସିକ ଚାପ, ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।
ବିଶେଷଜ୍ଞମାନଙ୍କ ଅନୁସାରେ ଶରୀରରେ ଓମେଗା-୩ ଏବଂ ଓମେଗା ୬ର ଅନୁପାତ ୧:୧ ହେବା କଥା। କିନ୍ତୁ ଅଧିକ ଫାଷ୍ଟଫୁଡ୍ ଖାଇବା ଯୋଗୁଁ ଏହି ଅନୁପାତ ୧:୨୦ରୁ ୧:୨୫ପର୍ଯ୍ୟନ୍ତ ପହଞ୍ଚିଯାଏ।