ଓଡ଼ିଶାଲାଇଭ ବ୍ୟୁରୋ
ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଖବର ମିଳିବା ପରେ ବିସିସିଆଇ ଟିମ୍ ଇଣ୍ଡିଆର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି। ପାକସ୍ତାନର ନ୍ୟୁଜ ଚ୍ୟାନେଲ ଜିଓ ଟିଭି ଏହି ଖବରକୁ ସାମ୍ନାକୁ ଆଣିଥିଲା। ଟିମ୍ ଇଣ୍ଡିଆକୁ ଜୀବନରୁ ମାରିଦେବାର ଏକ ମେଲ୍ ପାକିସ୍ତାନ କ୍ରିକେଟ ବୋର୍ଡ ପାଖକୁ ଆସିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଜରିଆରେ ବିସିସିଆଇକୁ ଜଣାଇଥିଲା।
ବିସିସିଆଇ ଖବର ସଂପର୍କରେ ଗୃହ ମନ୍ତ୍ରଣାଳୟକୁ ଜଣାଇଥିଲା। ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟ ସାହାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି। ବର୍ତ୍ତମାନଠାରୁ ଟିମ୍ ଇଣ୍ଡିଆର ବସ୍ ସହ ଏକ ଅତିରିକ୍ତ ପାଇଲଟ ଗାଡ଼ି ଯିବା ଆସିବା କରିବ।
ଏହାସହ ଟିମ୍ ଇଣ୍ଡିଆର ମ୍ୟାନେଜର ସୁନିଲ ସୁବ୍ରମଣ୍ୟମଙ୍କ ସହ ସମସ୍ତ ଖେଳାଳିଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।